No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକରେ ରାଜ୍ୟ ସ୍ତରୀୟ ଲୋକକଳା ମହାକୁମ୍ଭ ପାଇଁ ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘର ଏକ ପ୍ରସ୍ତୁତି ବୈଠକ , କଟକ ଜିଲ୍ଲାର ଆଠଗଡ ବ୍ଲକ ଅନ୍ତର୍ଗତ କୁସୂପଙ୍ଗି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କଟକ ଜିଲ୍ଲା ସଭାପତି ମାଗୁଣି ଚରଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର ପ୍ରଦୀପ ପ୍ରଯ୍ୟୋଳନ କରି ଏହାକୁ ଉଦ୍ଘାଟନ କରିଥିଲେ ।
ଆୟୋଜିତ ବୈଠକରେ ଆସନ୍ତା ବର୍ଷ ଫେବୃଆରୀ ମାସରେ କଟକର ବାଲିଯାତ୍ରା ପଡିଆ ଠାରେ କଳାକାର ମହାକୁମ୍ବ ମେଳା ଉତ୍ସଵ ଅନୁଷ୍ଠିତ କରାଯିବ ଏବଂ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ କଳାକାରମାନେ ଯୋଗ ଦେଇ ସେମାନଙ୍କର ବିଭିନ୍ନ କଳା ପ୍ରଦର୍ଶନ କରିବେ ବୋଲି ବୈଠକରେ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ସଂପାଦକ ଵିନୋଦ କୁମାର ଭୋଇ,
ରାଜ୍ୟ ଉପସଭାପତି ବିବେକାନନ୍ଦ ବେଉରା, ରାଜ୍ୟ ସଂଯୋଜଗ ନିବାସ ଚନ୍ଦ୍ର ମିଶ୍ର, ମଣ୍ତଳ ନିର୍ଦ୍ଦେଶକ ଚନ୍ଦ୍ର ଶେଖର ସାମଲ, ସଂଗଠନର ଆଇନପରାମର୍ଶ ଦାତା ଆଇନଜିବୀ ସଂଯୋଜ କୁମାର ସାମନ୍ତରାୟ, ସଙ୍ଗଠନ ସଂପାଦକ ସୋମନାଥ ଦାସ,ଜିଲା ସଂପାଦକ ବିଚିତ୍ରାନନ୍ଦ ତ୍ରିପାଠୀ , ସହ-ସମ୍ପାଦକ ମହେଶ୍ୱର ବେହେରା, ଏବଂ ବଇଁଶିଧର ମହାପାତ୍ର, ସୁବଳ ଚରଣ ବେହେରା,ରାଜଲକ୍ଷ୍ମୀ ଦାସ, ସୌଭାଗ୍ୟ ମହାନ୍ତି, ରଶ୍ମି କାନ୍ତ ସ୍ୱାଇଁ, ଉମେଶ ଚନ୍ଦ୍ର ସାମଲ,
ବିଜୟ କୁମାର ପରିଡାଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ଅନୁଷ୍ଠାନର ରାଜ୍ୟ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାସଙ୍ଘ ପକ୍ଷରୁ ରାଜ୍ୟର କୋଣ ଅନୁକୋଣରେ ଥିବା ଲୋକ କଳାକାର ମାନଙ୍କୁ ଚିହ୍ନଟ କରି ସରକାରଙ୍କ ନିକଟରେ ସେମାନଙ୍କୁ ପରିଚୟ ପ୍ରଦାନ କରିବା ଏଵଂ କଳାକାରଙ୍କର ଅଭାବ ଅସୁବିଧାର ହକ୍ ପାଇଁ ମହାସଂଙ୍ଗ ସର୍ବଦା ଲଢେଇ କରିବ ବୋଲି କୁହାଯାଇଛି । ଏହି ବୈଠକରେ ଆଠଗଡ, ବାଙ୍କୀ, ନିଆଳି, କଣ୍ଟାପଡ଼ା ଆଦି ବହୁ ଅଞ୍ଚଳର କଳାକାର ମାନେ ଅଂଶ ଗ୍ରହଣ କରିଥିଲେ ।

No Result
View All Result