• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆସୋଚାମ ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲିନ ଏନର୍ଜି ସମ୍ମିଳନୀରେ ବଡ ନିବେଶ ଓ ପ୍ରୋତ୍ସାହନ ଘୋଷଣା : ୨୦୩୦ ସୁଦ୍ଧା ୧୧ ଜିଡବ୍ଲ୍ୟୁ ଗ୍ରୀନ ଏନର୍ଜି ପାଇଁ ଲକ୍ଷ୍ୟ ରଖିଛି ଓଡିଶା

Proprietor Abhimanyu Maharana by Proprietor Abhimanyu Maharana
November 20, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଆସୋଚାମ ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲିନ ଏନର୍ଜି ସମ୍ମିଳନୀରେ ବଡ ନିବେଶ ଓ ପ୍ରୋତ୍ସାହନ ଘୋଷଣା : ୨୦୩୦ ସୁଦ୍ଧା ୧୧ ଜିଡବ୍ଲ୍ୟୁ ଗ୍ରୀନ ଏନର୍ଜି ପାଇଁ ଲକ୍ଷ୍ୟ ରଖିଛି ଓଡିଶା
Share on FacebookShare on TwitterWhatsapp

ସ୍ୱଚ୍ଛ ଶକ୍ତି, ଦାୟିତ୍ୱପୂର୍ଣ୍ଣ ଶିଳ୍ପ ଏବଂ ଆଧୁନିକ ଉତ୍ପାଦନ ଦ୍ୱାରା ପରିଭାଷିତ ଅଭିବୃଦ୍ଧିର ଏକ ନୂତନ ଯୁଗରେ ପ୍ରବେଶ କରୁଛି ଓଡ଼ିଶା; ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଆସୋଚାମ) ପକ୍ଷରୁ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ‘ପୂର୍ବ ଭାରତର ନେଟ୍‌ ଜିରୋ ଟ୍ରାନ୍ସମିଶନକୁ ସଶକ୍ତ କରିବା’ ବିଷୟବସ୍ତୁ ସହିତ ‘ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲିନ ଏନର୍ଜି ସମିଟ୍‌’ର ଉଦ୍‌ଘାଟନ କରାଯାଇଛି । ଏହି ସମ୍ମିଳନୀରେ ଓଡିଶା  ସରକାର ରାଜ୍ୟର ସ୍ୱଚ୍ଛ ଶକ୍ତି ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ ଉପସ୍ଥାପନ କରିଛନ୍ତି । ଏହି ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ବରିଷ୍ଠ ସରକାରୀ ଅଧିକାରୀ ଓ ଇଣ୍ଡଷ୍ଟ୍ରୀ ଲିଡରମାନେ ଉପସ୍ଥିତ ଥିଲେ ଯେଉଁମାନେକି ଏକ ସ୍ୱଚ୍ଛ ଶକ୍ତି କେନ୍ଦ୍ରରେ ପରିଣତ ହେବା ପାଇଁ ଓଡିଶାର ରଣନୈତିକ ପ୍ରୟାସଗୁଡିକୁ ରେଖାଙ୍କିତ କରିଥିଲେ ।

ଏହି ଅବସରରେ ନିଜର ସମ୍ବୋଧନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡିଶାର ଉପମୁଖ୍ୟମନ୍ତ୍ରୀ ଏବଂ ଓଡିଶା ସରକାରଙ୍କ ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଘୋଷଣା କରିଥିଲେ ଯେ,  “ଓଡିଶା ଏହାର ବିକାଶ ଯାତ୍ରାରେ ଏକ  ନିର୍ଣ୍ଣାୟକ ମୁହୂର୍ତରେ ଉଭା ହୋଇଛି । ସେ ରାଜ୍ୟର ମହତ୍ୱାକାଂକ୍ଷୀ ଲକ୍ଷ୍ୟଗୁଡିକ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ, “ଆମେ ୨୦୩୦ ସୁଦ୍ଧା ୧୧ ଜିଡବ୍ଲ୍ୟୁ ଏନର୍ଜି କ୍ଷମତା ହାସଲ କରିବା ଏବଂ ସବୁଜ ଶକ୍ତିକୁ ଗ୍ରହଣ କରିବା ଲାଗି ଶିଳ୍ପଗୁଡିକୁ ସହଯୋଗ କରିବା ପାଇଁ ଲକ୍ଷ୍ୟ ରଖିଛୁ, ଆମେ ରାଜ୍ୟରେ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆର ବୃହତ କ୍ଷମତାକୁ ଅନ୍ତର୍ଭୁକ୍ତ କରୁଛୁ ।

” ରାଜ୍ୟ ସରକାରଙ୍କ ସକ୍ରିୟ ପଦକ୍ଷେପଗୁଡିକୁ ଉଲ୍ଲେଖ କରି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଘୋଷଣା କରିଛନ୍ତି ଯେ, “ନିକଟରେ ଆମ ସରକାର  ୧୩୪୨୨ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦୦୦ ଏମଡବ୍ଲ୍ୟୁର ୫୩ଟି ସବୁଜ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।” ଲୋକପ୍ରିୟ ପିଏମ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଉପରେ ସେ କହିଛନ୍ତି, “ରାଜ୍ୟରେ ୩ ଘରକୁ କଭର କରିବାର ଏକ ଲକ୍ଷ୍ୟ ସହିତ ଆମେ କେନ୍ଦ୍ର ସରକାରଙ୍କ ୭୬,୦୦୦ ଟଙ୍କା ବ୍ୟତୀତ ପ୍ରତି ଘର ପିଛା ଅତିରିକ୍ତ ୬୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛୁ । ଜମି ଉପଲବ୍ଧତା ଭଳି ପ୍ରମୁଖ ଆହ୍ୱାନଗୁଡିକୁ ସମ୍ବୋଧିତ କରି ସେ ସୂଚିତ କରିଛନ୍ତି ଯେ, ରେଳ ଓ କେନାଲ-ଟପ୍ ସୋଲାର ପ୍ରକଳ୍ପ ଭଳି ବିକଳ୍ପଗୁଡିକ ସମ୍ପର୍କରେ ବିଚାର କରାଯାଉଛି ।

କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ମତବ୍ୟକ୍ତ କରି ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଛନ୍ତି, “ଓଡିଶା ସ୍ୱଚ୍ଛ ଶକ୍ତି, ଦାୟିତ୍ୱବାନ ଶିଳ୍ପ ଓ ଆଧୁନିକ ଉତ୍ପାଦନ ଦ୍ୱାରା ପରିଭାଷିତ ଅଭିବୃଦ୍ଧିର ଏକ ନୂତନ ଯୁଗରେ ପ୍ରବେଶ କରୁଛି । ସେ ଓଡିଶା ରିନେୱେବୁଲ ଏନର୍ଜି ପଲିସି ୨୦୨୨ର ବିଭିନ୍ନ ଲାଭ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ଯାହା ବିଦ୍ୟୁତ ଶୁଳ୍କ, ହ୍ୱିଲିଙ୍ଗ ଚାର୍ଜ, କ୍ରସ-ସବ୍‌ସିଡି ସର୍‌ଚାର୍ଜ ଏବଂ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନନିଆ ପ୍ରକଳ୍ପ ପାଇଁ ଜମି ଶୁଳ୍କ ଉପରେ ଦୀର୍ଘକାଳିନ ଛାଡ ପ୍ରଦାନ କରୁଛି । ସେ କହିଛନ୍ତି, ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୬ଟି ପ୍ରମୁଖ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି,

ଅନେକ ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ରହିଛି । ରାଜ୍ୟର ବଡ ନିବେଶମାନେ ହେଉଛନ୍ତି   ଜେଏସଡବ୍ଲ୍ୟୁ, ରିନ୍ୟୁ, ଅଭାଡା, ୱାରି, ଆମ୍‌ପିନ, ଏସିଏମଇ, ୱେସ୍ପୁନ, ସେମ୍ବକର୍ପ, ଏଲ୍‌ଆଣ୍ଡଟି ଏନର୍ଜି ଗ୍ରୀନଟେକ, ଆଇନକ୍ସ ୱାଇଣ୍ଡ, ହିମାଦ୍ରୀ, କ୍ୱାଂଟ ସୋଲାର ଇତ୍ୟାଦି ।” ଏଥିସହିତ ସେ ସବୁଜ ବନ୍ଦ ଅଭିଯାନ ଓ ଭବିଷ୍ୟତ ପ୍ରସ୍ତୁତ କର୍ମବଳ ଉପରେ ମଧ୍ୟ ଆଲୋକପାତ କରିଥିଳେ । ସେ  ଶିଳ୍ପ, ନିବେଶକ, ଶିକ୍ଷାନୁଷ୍ଠାନ ଓ ବିକାଶ ସହଯୋଗୀମାନଙ୍କୁ ଏକ ଖୋଲା ଆମନ୍ତ୍ରଣ ମଧ୍ୟ ଦେଇଥିଲେ । ସେ କହିଥିଲେ, “ଓଡିଶା ସହଭାଗିତା, ଉଦ୍ଭାବନ ଓ ନେତୃତ୍ୱ ପାଇଁ ପ୍ରସ୍ତୁତ ରହିଛି । ଆସନ୍ତୁ ମିଳିତ ଭାବେ ଏକ ସବୁଜ ଓ ଅଧିକ ସମୃଦ୍ଧ ଭବିଷ୍ୟତ ନିର୍ମାଣ କରିବା ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

May 10, 2026
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

May 10, 2026
 ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ର ଦ୍ଵିତୀୟ ଦିବସ ଯୋଗ

 ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ର ଦ୍ଵିତୀୟ ଦିବସ ଯୋଗ

May 10, 2026
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026

Recent News

ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

May 10, 2026
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

May 10, 2026
 ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ର ଦ୍ଵିତୀୟ ଦିବସ ଯୋଗ

 ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ର ଦ୍ଵିତୀୟ ଦିବସ ଯୋଗ

May 10, 2026
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

May 10, 2026
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version