ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବିରିଡି ବ୍ଲକ ସ୍ତରୀୟ କିଶୋରୀ ବାଳିକା ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବା ଓ ସେମାନଙ୍କୁ ସାମାଜିକ ଆବେଗିକ ଓ ଆର୍ଥିକ ସ୍ତରରେ ବିକାଶ କରି ତାଙ୍କୁ ସଶକ୍ତ କରିବା ଉଦେଶ୍ୟରେ ବୁଧବାର ବିରିଡି ବ୍ଲକ ଆଇସିଡ଼ିଏସ ପକ୍ଷରୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ବିଡ଼ିଓ ଆୟୁଷି ପତି, ସିଡ଼ିପିଓ ସଲୀଳା ପ୍ରଧାନ, ଜିଲ୍ଲା ମହିଳା ସଶକ୍ତି କରଣର ରାଜୀବ ଲୋଚନ ରାଜ, ସଂଘମିତ୍ରା ପଣ୍ଡା, ଯୋଗଦେଇଥିଲେ l କାର୍ଯ୍ୟକ୍ରମ ରେ ବହୁ କିଶୋରୀ ବାଳିକା ଯୋଗଦେଇ ସେମାନଙ୍କ ଭିତରେ ଥିବା ନୃତ୍ୟ, ଗୀତ, ବକ୍ତୃତା,.

ଚିତ୍ରକଳା ପ୍ରଭୃତିକୁ ପରିପ୍ରକାଶ କରିଥିଲେ l ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସୁପରଭାଇଜର ସୁକାନ୍ତିବାଳା ପୃଷ୍ଟି, ରିମା ପ୍ରଧାନ, ପ୍ରତିମା ସ୍ୱାଇଁ, ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ଡମ୍ବରୁ ଧର ସାହୁ, ବ୍ଲକ ସଂଯୋଜକ ପ୍ରଦ୍ୟୁମ୍ନ ପାଣିଗ୍ରାହୀ, ବୈଶାଖୀ ଜେନା, ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l














