No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବିରିଡି ବ୍ଲକ ସିପିଆଇଏମ ପକ୍ଷରୁ ବୁଧବାର ବ୍ଲକ ସମ୍ମୁଖରେ ପ୍ରତିବାଦ ଦିବସ ପାଳିତ ହୋଇଛି l ଏହି ପରି ପ୍ରେକ୍ଷୀରେ ସିପିଆଇଏମ ରାଜ୍ୟ କମିଟି ସଭ୍ୟ ଲୋଭା କାନ୍ତ ସ୍ୱାଇଁ ଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ଗଣେଷ ଚନ୍ଦ୍ର ମାଣିଆ, ଯୁଝିଷ୍ଠିର ଦାସ, ପ୍ରଶାନ୍ତ କୁମାର ମାଣିଆ, ଜିଲ୍ଲା କମିଟି ସଭ୍ୟ ବେଣୁଧର ବାରିକ, ଲୋକାଲ କମିଟି ସଭ୍ୟ ହରି ଚରଣ ସାହୁ, ଗୋପାଳ ରାଓ ଦୋରା, ରମେଶ ଚନ୍ଦ୍ର ଦାସ, ମାଧବାନନ୍ଦ ଭୋଇ, ପ୍ରମିଳା ପରମାଣିକ, ଶାଖା କମିଟି ସଭ୍ୟ ସୁନାକାର ଦଳାଇ, ପ୍ରମୁଖ ବହୁ ସିପିଆଇ ଏମ କର୍ମୀ ଯୋଗଦେଇ ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ l

ବିଶେଷ କରି ଦଳ ପକ୍ଷରୁ 6 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ l ଦାବି ଭିତରେ ଆମେରିକା ର ଟ୍ରମ୍ପ ସରକାର ଅବିଳମ୍ବେ କର ବୃଦ୍ଧି ପ୍ରତ୍ୟାହାର କରିବା, ଷଣ୍ଢ ଓ ମାଙ୍କଡ଼ ଙ୍କ ଦାଉରୁ ଚାଷୀ ଙ୍କ ଫସଲ ସୁରକ୍ଷା କରିବା, ବିଦୁତ ସ୍ମାର୍ଟ ମିଟର ବନ୍ଦ କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ରାସନ କାର୍ଡ ରେ ନୂତନ ନାମ ପଞ୍ଜିକରଣ ସହିତ କଟିଯାଇଥିବା ନାମକୁ ସଂଯୋଗ କରିବା, 60 ବର୍ଷ ରୁ ଅଧିକ ଦରଖାସ୍ତ କରିଥିବା ସମସ୍ତଙ୍କୁ ବାର୍ଦ୍ଧ୍ୟକ୍ୟ ଭତ୍ତା ଦେବା ସହିତ ବିଧବା ଓ 80 ବର୍ଷ ରୁ ଅଧିକ ପଡିରହିଥିବା ଦରଖାସ୍ତ କାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା ଅନ୍ତର୍ଭୁକ୍ତ l ଏହି ପ୍ରତିବାଦ ସଭା ଶାନ୍ତିପୂର୍ଣ ହୋଇଥିଲା l

No Result
View All Result