ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପବିତ୍ର ବଡଦାଣ୍ଡ ଉପରେ ଘରୋଇ ଶୌଚାଳୟ ନିର୍ମାଣ କରିବା ପାଇଁ ସୁଚିନ୍ତିତ ଉପାୟରେ ଜାତୀୟ ରାଜପଥ ଉପରେ ଲାଟିନ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି । ଯୁବ ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା ଏହାକୁ ଘୋର ବିରୋଧ କରି କହିଛନ୍ତି ଯଦି ଏଠାରେ ଘରୋଇ ଅନୁଷ୍ଠାନ ଭକ୍ତଙ୍କୁ ଶୋଷଣ କରିବ ତେବେ ଆମେ ତାକୁ ବିରୋଧ କରିବୁ ବୋଲି ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରିଛନ୍ତି । ପୁରୀକୁ ଆସୁଥିବା ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନେ ଝାଡା ପରିସ୍ରା ଓ ଗାଧୋଇବା ପାଇଁ ସୁଲଭ ମୂଲ୍ଯରେ ଶୌଚାଳୟ ଖୋଜିଥାନ୍ତି ।















