ଓଡ଼ିଶା ତାଜା ନ୍ୟୁଜ (୧୬ ସେପ୍ଟେମ୍ବର ବୁଧବାର) ଢେଙ୍କାନାଳ :- ଆଜି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ଵାରା ଜଣେ ବୃଦ୍ଧା ମହିଳାଙ୍କୁ ଉଦ୍ଧାର ଓ ଥଇଥାନ କରାଯାଇଅଛି । ସୂଚନାଯୋଗ୍ୟ, ଜିଲ୍ଲା ସଦର ବ୍ଲକ ବାଲିଆମ୍ବା ଗ୍ରାମର ଜଣେ ବୃଦ୍ଧା ମହିଳାଙ୍କର କୋୖଣସି ସଂପର୍କୀୟ କି ନିଜର ବୋଲି କେହି ନାହାନ୍ତି, ଯାହାକି ନିଜର ଜୀବନ ଜୀବିକା କଷ୍ଟ ହୋଇପଡିଛି । ଏବେ କରୋନାର ବେଳ, କେତେବେଳେ ଯେ ଜୀବନଟା ଚାଲିଯିବ । ଏହାକୁ ଦେଖି ସେହି ଗ୍ରାମର ସରପଞ୍ଚ ଆଜି ଏ ବିଷୟରେ ଲିଖିତ ମାନନୀୟ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ ନିକଟରେ
ଜଣାଇବାରେ ଅଧ୍ୟକ୍ଷ ଶ୍ରୀ ସୁକାନ୍ତ କୁରୁମା ଜେନା ଏବଂ ଶ୍ରୀ ଶରତ କୁମାର ଦେହୁରୀ ଏ ବିଷୟରେ ଆଲୋଚନା କରି ବୃଦ୍ଧ ମହିଳାଙ୍କୁ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସର୍ବପରେ AIRA ଓ ଢ଼େଙ୍କାନାଳର କର୍ମଚାରୀ ଉକ୍ତ ମହିଳାଙ୍କ ଗ୍ରାମକୁ ଯାଇ ଉଦ୍ଧାର କରି ସହର ଉପକଣ୍ଠ ଆନନ୍ଦ ନଗର ଠାରେ ଥିବା କୁଞ୍ଜବିହାରୀ ବରିଷ୍ଠ ନାଗରିକ ଗୃହରେ ଥଇଥାନ କରାଯାଇଛି । (ରିପୋର୍ଟ, ଅମର ରଞ୍ଜନ ଦାସ)