ଓଡ଼ିଶା ତାଜା ନ୍ୟୁଜ (୧୬ ସେପ୍ଟେମ୍ବର ବୁଧବାର) ବାଲେଶ୍ୱର :- ଖୁବଶୀଘ୍ର ବାଲେଶ୍ଵର ଉପନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବାଜିମାତ କରିବାକୁ ପ୍ରସ୍ତୁତ ହେଲେଣି । ୨୦୧୯ ସାଧାରଣ ନିର୍ବାଚନରେ ନିଜ ଗଡ଼ ହରାଇଥିବା ବିଜେଡି, ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଏହି ଆସନ ପୁନର୍ବାର ଫେରିପାଇବାକୁ ପ୍ରୟାସ ଆରମ୍ଭ କଲେଣି । ଏହି ବାଲେଶ୍ୱର ବିଧାୟକ ଆସନ ପାଇଁ ଓଡ଼ିଆ ଫିଲ୍ମର ହିରୋ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ଭେଣେଇ ଅରିନ୍ଦମଙ୍କ ନାଁ
ବିଜେଡି ଅଗଧାଡ଼ିର କିଛି ନେତା ନିର୍ଦ୍ଧାରିତ କରିସାରିଲେଣି । ଅପରପକ୍ଷରେ କଂଗ୍ରେସ ପକ୍ଷରୁ ନବଜ୍ୟୋତି ପଟ୍ଟନାୟକ ଏବଂ ବିଜେପି ପକ୍ଷରୁ ସ୍ବର୍ଗତ ମଦନ ମୋହନଙ୍କ ପତ୍ନୀ କିମ୍ବା ତାଙ୍କ ସୁପୁତ୍ରକୁ ପ୍ରାର୍ଥୀ କରାଯିବା ସ୍ପଷ୍ଟ ହୋଇଛି ।ସେହିପରି ଏହି ରେସରେ ଥିବା ଅନ୍ୟ ପ୍ରମୁଖ ପ୍ରାର୍ଥୀମାନେ ହେଲେ ବିଜେଡ଼ି ପୂର୍ବତନ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ଏବଂ ବାଲେଶ୍ଵର ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବସିନୀ ଜେନାଙ୍କ ନାଁ ଏହି ପ୍ରାର୍ଥୀ ତାଲିକାରେ ରହିଛି । ଦେଖିବାକୁ ବାକି ରହିଲା ବାଲେଶ୍ଵରରୁ ବିଜେଡ଼ି କାହାକୁ ନିଜର ପ୍ରାର୍ଥୀ କରୁଛି । (ଦୀପ୍ତିମାନ ପତି / ବାଲେଶ୍ୱର )