ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ନ୍ୟାୟାଳୟ ପାରଳାଖେମୁଣ୍ଡି ସହରରେ କାର୍ଯ୍ୟରତ ଜଣେ ସ୍ୱଚ୍ଛସାଥୀଙ୍କୁ ଅସଦାଚରଣ କରିବା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧ବର୍ଷ ସଶ୍ରମ କାରାଦଣ୍ଡ ସଜାର ରାୟ ଶୁଣାଇଛନ୍ତି. ଏଠାରେ ସୂଚନାଯୋଗ୍ୟ, ତା ୦୬-୦୭-୨୦୨୧ ରିଖ ଦିନ ସକାଳ ୭ଟା ସମୟରେ ଜଣେ ସ୍ୱଚ୍ଛସାଥୀ ଏନ. ଗୀତା ଗାନ୍ଧିସ୍କୁଲ ନିକଟରେ ସଫେଇ କରୁଥିଲେ; ସେହି ସମୟରେ ଅଭିଯୁକ୍ତ ଡାମା ପନାଡୁ ପଛପଟୁ ଆସି ଏନ. ଗୀତାଙ୍କୁ ଅସଦାଚରଣ କରିବା ସହ ଠେଲାପେଲା ବି କରିଥିଲେ।















