No Result
View All Result
କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ରବିବାର ପୂର୍ବାହ୍ଣରେ ପାଳିତ ହୋଇଯାଇଛି l ଏନେଇ ଫୋରମର ସଭାପତି ଡ଼କ୍ଟର ଅଭୟ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାର ଅତିଥି ଭାବେ ବରିଷ୍ଠ ଆଇନିଜୀବୀ ଚନ୍ଦ୍ରଶେଖର ପଣ୍ଡା,

ବିବେକାନନ୍ଦ ମହାନ୍ତି, ପ୍ରେସ ଫୋରମର ମୁଖ୍ୟ ପରାମର୍ଶ ଦାତା ଉଦୟନାଥ ଖଣ୍ଡେଇ ଓ ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ ପ୍ରମୁଖ ଯୋଗଦେଇ ‘ଦେଶ ଓ ରାଜ୍ୟ ବିକାଶରେ ସାମ୍ବାଦିକ ମାନଙ୍କ ଭୂମିକା’ ସମ୍ପର୍କରେ ଆଲୋଚନା କରିଥିଲେ l

ଫୋରମର ସମ୍ପାଦକ ମଳୟ କୁମାର ମଲ୍ଲିକ ‘ସାମ୍ବାଦିକଙ୍କ ସୁରକ୍ଷା ଓ ଖବର ପରିବେଷଣରେ ଲକ୍ଷଣ ରେଖା’ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ଫୋରମ ପକ୍ଷରୁ କେକ କାଟି ଜାତୀୟ ପ୍ରେସ ଦିବସକୁ ଉତ୍ସାହର ସହିତ ପାଳନ କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେଉ ପସଭାପତି ଦୟାନିଧି ନାୟକ, ଜ୍ଞାନରଞ୍ଜନ ଓଝା, ବାଇଧର ମାଝୀ, ଅଜୟ କୁମାର ସାହୁ, ଆଶୁତୋଷ ମିଶ୍ର, ଜିତେନ୍ଦ୍ର ରାଉତ, ଅଶିତାନନ୍ଦ ବିଶ୍ଵାଳ, ଚିତରଞ୍ଜନ ବୋଇତେଲ, ଦୀପକ ଦାସ, ମାନସ ଆଇଚ,କୁଞ୍ଜବିହାରୀ ମହାନ୍ତି,

ସୁଶାନ୍ତ ଭୂୟାଁ, ଆଶୁତୋଷ ମହାନ୍ତି, ପ୍ରମୋଦ କୁମାର ପାତ୍ର, ପ୍ରହଲ୍ଲାଦ ଦେଓ, ସଞ୍ଜୟ ସରକାର, ଆଶିଷ ରାଉତ, ପ୍ରକାଶ କୁମାର ସାହୁ, ପ୍ରଶାନ୍ତ କୁମାର ଗେଡି, ସୌରଭ ଖୁଣ୍ଟିଆ ପ୍ରମୁଖ ଫୋରମର କର୍ମକର୍ତା ଓ ସଦସ୍ୟ ସମୂହ ସାମିଲ ହୋଇଥିଲେ । ଉପସଭାପତି ଜ୍ଞାନରଞ୍ଜନ ଓଝା ଧନ୍ୟବାଦ ଦେଇଥିଲେ ।

No Result
View All Result