No Result
View All Result
କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବ୍ୟାସନଗର ପ୍ରେସ ଫୋରମର ପକ୍ଷରୁ ଆୟୋଜିତ ବ୍ୟାସ ମିଡିଆ କପ କ୍ରିକେଟ୍ ମେଟ-୨୦୨୫ ଆଜି ଉଦ୍ଘାଟିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ଉଦ୍ଘାଟନୀ ସଭା ଫୋରମର ସଭାପତି ଉକ୍ଟର ଅଭୟ ପତିଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବେଳେ ମୁଖ୍ୟଅତିଥି ଭାବେ ବ୍ୟାସନଗର ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଯୋଗଦେଇଥିଲେ ।

ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ଅଧ୍ୟକ୍ଷା ସବିତା ରାଉତ, ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ସୁଜିତ କୁମାର ମଲ୍ଲିକ, ହର୍ଷବର୍ଦ୍ଧନ ବେହେରାଙ୍କ ସମେତ ଫୋରମର ମୁଖ୍ୟମାର୍ଗକ ଉଦୟ ନାଥ ଖଣ୍ଡାଇ ଓ ସମ୍ପାଦକ ମଳୟ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଖେଳକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ଉଦ୍ଘାଟନୀ ଖେଳ ଜିଲା ପୁଲିସ(ପାଣିକୋଇଲି) ଓ ଟାଟା ଷ୍ଟିଲ – କଳିଙ୍ଗନଗର ମଧ୍ୟରେ ହୋଇଥିଲା । ଏହି ପ୍ରଥମ ମ୍ୟାଚରେ ଜିଲା ପୁଲିସ ଟସ୍ ଜିଣି ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ଓଭର ମଧ୍ୟରେ ୬ୱିକେଟ ହରାଇ ୧୭୩ରନ କରିଥିଲା । ଜବାବରେ ଟାଟାଷ୍ଟିଲ ନିର୍ଦ୍ଧାରିତ ଓଭର ମଧ୍ୟରେ ୪ ୱିକେଟ ହରାଇ ଆବଶ୍ୟକ ରନ କରି ବଜୟୀ ହୋଇଥିଲା ।

ପରିଜିତ ଜିଲା ପୁଲିସକୁ ଅତିଥିଙ୍କ ଦ୍ବାରା ସ୍ବାନ୍ତନା ମୂଳକ ଟ୍ରଫି ପ୍ରଦାନ କରାଯାଇଥିଲା । ଦ୍ଵିତୀୟ ମ୍ୟାଚ ଯଯାତୀ କେଶରୀ ପ୍ରେସ କ୍ଲବ- ଯାଜପୁରୋଡ ଓ ବ୍ୟାସନଗର ପୌରପରିଷଦର କାଉନସିଲର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ଯଯାତୀ କେଶରୀ ପ୍ରେସ କ୍ଳବ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭର ମଧ୍ୟରେ ସମସ୍ତ ୱିକେଟ ହରାଇ ୮୦ରନ ସଂଗ୍ରହ କାରିଥିଲା ।

ଜବାବରେ କାଉନସିଲର ଏକାଦଶ ନିର୍ଦ୍ଧାରିତ ଓଭର ମଧ୍ୟରେ ୬ୱିକେଟ ହରାଇ ଆବଶ୍ୟକ ରନକରି ବିଜୟୀ ହୋଇଥିଲେ । ଏହିଖେଳ ଶେଷରେ ଜେମ୍ସ ସ୍କୁଲର ସଭାପତି ଆଡଭୋକେଟ ଅସ୍ମିତା ପତି ଅତିଥିଭାବେ ଯୋଗଦେଇ ପରାଜିତ ଦଳ ଯାଯାତୀ କେଶରୀ ପ୍ରେସ କ୍ଲବକୁ ସ୍ଵାନ୍ତନା ମୂଳକ ଟ୍ରଫି ପ୍ରଦାନ କରିଥିଲେ ।

କ୍ୱାଟର ଫାଇନାଲ ମ୍ୟାଚ ପ୍ରଥମ ବିଜେତା ଟାଟା ଷ୍ଟିଲ ଓ ଦ୍ବିତୀୟ ବିଜେତା କାଉନସିଲର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିଣି ଟାଟା ଷ୍ଟିଲ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୮ଓଭର ମଧ୍ୟରେ ୨ୱିକେଟ ହରାଇ ୧୫୫ରନ କରରିଥିଲା । ପ୍ରତିପକ୍ଷ କାଉନସିଲର ଏକାଦଶ ନିର୍ଦ୍ଧାରିତ ଓଭର ମଧ୍ୟରେ ୬ୱିକେଟ ହରାଇ ୧୦୩ରନ କରି ପାରିଜତ ହୋଇଥିଲା।

ପ୍ରଥମ ସେମି ଫାଇନାଲ ଖେଳ କ୍ବାଟର ଫାଇନାଲ ମ୍ୟାଚର ବିଜେତା ଟାଟା ଷ୍ଟିଲ ଓ ପୂର୍ବବର୍ଷର ଚମ୍ପିଆନ୍ ଟିମ କୋରାଇ ପ୍ରେସ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିଣି କୋରାଇ ପ୍ରେସ କ୍ଲବ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଧାରିତ ଓଭର ମଧ୍ୟରେ ୭ ୱିକେଟ ହରାଇ ୧୦୬ରନ କରିଥିଲା ।ଜବାବରେ ଟାଟା ଷ୍ଟିଲ ନିର୍ଦ୍ଧାରିତ ଓଭର ମଧ୍ୟରେ ମାତ୍ର ୨ୱିକେଟ ହରାଇ ଆବଶ୍ୟକ ରନକରି ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଛି ।

ଅନୁଷ୍ଠାନ ପକ୍ଷରୁ ପରାଜିତ କାଉନସିଲ ଏକାଦଶ ଓ କୋରାଇ ପ୍ରେସ କ୍ଲବକୁ ସ୍ବାନ୍ତନା ମୂଳକ ଟ୍ରଫି ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ ଟୁର୍ଣ୍ଣାମଂଟରେ ବରିଷ୍ଠ ଅମେୟାର କଳିଙ୍ଗ ପହି ଓ ଅସିମ ଦାଶ ଖେଳ ପରିଚାଳନା କରିଥିଲା ବେଳେ ସ୍କୋରର ଭାବେ ପ୍ରଦୀପ କୁମାର ସାମଲ ଓ ଘୋଷକଭାବେ ଅଜୟ କୁମାର ସାହୁ, ପ୍ରହ୍ଲାଦ ଦେଓ ପରିଚାଳନା କରିଥିଲେ ।

ଆସନ୍ତା କାଲି(ରବିବାର) ଦ୍ଵିତୀୟ ସେମିଫାଇନାଲ ଜିଲା ପ୍ରଶାସନ ଓ ଲୟର୍ସ ଫୋରମ(ବ୍ୟାସନଗର) ମଧ୍ୟରେ ଅନୁଷ୍ଠିତ ଖେଳର ବିଜେତା ଓ ଆଜି ପ୍ରଥମ ସେମିଫାଇନାଲର ବିଜେତା ଟାଟା ଷ୍ଟିଲ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସଭାପତି ଡକ୍ଟର ପତିଙ୍କ ତତ୍ତ୍ବାବଧନାରେ ଅନୁଷ୍ଠିତ ଖେଳକୁ ଉପସଭାପତି ଦୟାନିଧୁ ନାୟକ, ଜ୍ଞାନରଞ୍ଜନ ଓଝା,

ସହ ସମ୍ପାଦକ ଆଶୁତୋଷ ମହାନ୍ତି, ପ୍ରମୋଦ କୁମାର ପାତ୍ର, କାର୍ଯ୍ୟାଳୟ ସଂପାଦକ ବାଇଧର ମାଝୀ, କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, ବରିଷ୍ଠ ସଭ୍ୟ ଆଶୁତୋଷ ମିଶ୍ର, ଜିତେନ୍ଦ୍ର ରାଉତ, ଅଶିତାନନ୍ଦ ବିଶ୍ଵାଳ, ଚିତରଞ୍ଜନ ବୋଇତେଲ, ଦୀପକ ଦାସ, ମାନସ ଆଇଚ,

କୁଞ୍ଜବିହାରୀ ମହାନ୍ତି, ସୁଶାନ୍ତ ଭୂୟାଁ, ପ୍ରହଲ୍ଲାଦ ଦେଓ, ସଞ୍ଜୟ ସରକାର, ଆଶିଷ ରାଉତ, ପ୍ରକାଶ କୁମାର ସାହୁ, ପ୍ରଶାନ୍ତ କୁମାର ଗେଡି, ସୌରଭ ଖୁଣ୍ଟିଆ ପ୍ରମୁଖ ଫୋରମର ସମସ୍ତ କର୍ମକର୍ତା ଓ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । ସଂପାଦକ ଶ୍ରୀ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

No Result
View All Result