ଓଡ଼ିଶା ତାଜା ନ୍ୟୁଜ (୧୬ ସେପ୍ଟେମ୍ବର ବୁଧବାର) ରଣପୁର ବ୍ଲକ ଚାନ୍ଦପୁର :- ରଣପୁର ବ୍ଲକ ଚାନ୍ଦପୁର ଅଞ୍ଚଳରେ ନୂତନ ଆଇଆଇସି ରଶ୍ମି ରଞ୍ଜନ ଙ୍କ ପ୍ରଚେଷ୍ଟା ରେ ଖଣି ମାଫିଆ ଙ୍କ କଳା କାରନାମା ର ଅନ୍ତଃ ଘଟିବା ଉପରେ । ଏବେ ଖଣି ମାଫିଆ ଙ୍କ ର କୋକୁଆ ଭୟ ଜାତ ହୋଈଛି । ବେଆଇନ ପଥର କାରବାର କୁ ସମ୍ପୁର୍ଣ୍ଣ ଦମନ କରିବା ପାଈଁ ଅକ୍ଳାନ୍ତ ଚେଷ୍ଟା ଚଳାଇଛନ୍ତି ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ୍ ଏବଂ ଏପିଆର୍ ଫୋର୍ସ ।
ଗତ ମଧ୍ୟରାତ୍ରି ରେ ଚାନ୍ଦପୁର ପୋଲିସ ଫୋର୍ସ ବନ୍ଧୁକ ନେଇ ଜଙ୍ଗଲ ରେ ବୁଲୁଥିବା ସମୟରେ ଖଣି ମାଫିଆ ଙ୍କ ବେଆଇନ୍ ପଥର ଗାଡି ଉପରେ ଚଢଉ କରିଥିଲେ କିଛି ଖଣି ମାଫିଆ ଓ ପଥର ଗାଡି ଖସି ପଳାଇ ଯାଇଥିବ ବେଳେ ଗୋଟିଏ ପଥର ଗାଡି ସହ ୪ ଜଣ ଙ୍କୁ ଗିରଫ କରିଛି । ସୂଚନାନୁସାରେ ବୋରବୋରାଝର ଖଣି ଉପରେ ବେଆଇନ ମାଙ୍କଡା ପଥର ଖଣିରୁ ପଥରଗାଡି ଜବତ କରି ୪ ଜଣ ଙ୍କୁ ଗିରଫ କରାଯାଇଛି ସେମାନେ ହେଲେ କୈଳାସ ପ୍ରଧାନ ,ସପନା ପରିଡା , ପ୍ରକାଶ ନାୟକ , ଵଂଶି ମୁଦୁଲି ।
ପୋଲିସ ୮୭/୨୦ ରେ ଏକ ମକଦମା ରୁଜ୍ଜୁ କରି ଉକ୍ତ ଅଭିଯୋଗକାରୀ ଙ୍କୁ କୋର୍ଟ ଚାଲାଣ କରିଛି । ବିଶେଷସୂତ୍ର ରୁ ପ୍ରକାଶ ଯେ , ଏବେ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ୍ ଙ୍କ ନେତୃତ୍ୱ ରେ ଦିନ ରାତି ଖଣି ଭିତରେ ଏକ୍ସେଲାର୍ ବନ୍ଧୁକ ଧରି ବୁଲୁଛନ୍ତି ଚାନ୍ଦପୁର ଏପିଆର୍ ଫୋର୍ସ ଏବଂ ଟାର୍ଗେଟ ରେ ଅଛନ୍ତି ଖଣି ମାଫିଆ । ଆଜି ମଧ୍ୟ ବିଭିନ୍ନ ଖଣି ଉପରେ ଏପିଆର୍ ଟିମ୍ ଅଚାନକ ଚଢ଼ାଉ କରିଥିବା ଜଣା ପଡ଼ିଛି । ଖଣି ମାଫିଆ ଙ୍କ ନିଦ ହଜାଇ ଦେଇଛନ୍ତି ଚାନ୍ଦପୁର ପୋଲିସ । ଖଣି ମାଫିଆ ଙ୍କ ଆତଙ୍କ ଓ ଏହି ବେଆଇନ ପଥର ଚାଲାଣ ର ଅବସାନ ଘଟିବ ବୋଲି ଆଶା ବାନ୍ଧିଲେଣି ରଣପୁର ବ୍ଲକ ର ଜନସଧାରଣ ।।