No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମାଲକାନାଗିରିର ଉତ୍ତମ ମାଲିକ ମହାବିଦ୍ୟାଳୟର ସଭା ଗୃହ ଠାରେ ଫ୍ରେସର ଡେ ସହିତ ଶିଶୁ ଉତ୍ସବ -୨୦୨୫ ଖୁବ ଆଡମ୍ବରରେ ପାଳିତ ହୋଇ ଯାଇଛି। ଏହି ଅନୁଷ୍ଠାନରେ ନବମରୁ ଦ୍ଵାଦଶ ଓ ଜି ଏନ ଏମ ନର୍ସିଂ ଛାତ୍ର ଛାତ୍ରୀ ମାନେ ଅଧ୍ୟାରତ । ଏହି ଅନୁଷ୍ଠାନରେ ଅତି ଆଧୁନିକ ଲ୍ୟାବ, କମ୍ପ୍ୟୁଟର ଲ୍ୟାବ, ସ୍ମାର୍ଟ ପ୍ୟାନେଲ ଆଧୁନିକ ଟିଚିଂ ଏପ୍ ମାଧ୍ୟମରେ ଶିକ୍ଷା ଦିଆ ଯାଉଛି। ପ୍ରାରମ୍ଭିକ ଭାବରେ ଶ୍ରୀଗଣେଶଙ୍କୁ ପୁଜା ଅର୍ଚ୍ଚନା କରି ଫ୍ରେସର ଡେ ତାଳେ ତାଳେ ଶିଶୁ ଦିବସ ଉତ୍ସବ ଆରମ୍ଭ ହୋଇ ଥିଲା

ଏଥିରେ ମୂଖ୍ୟ ଅତିଥି ରୂପେ ଡ଼ଃ ଶିବ ନାରାୟଣ ପାତ୍ର, ମୁଖ୍ୟ ବକ୍ତା ଭାବରେ ଶ୍ରୀ ଦିଲୀପ ଦାସ ସମ୍ମାନୀତ ଅତିଥି ରୂପେ ଶ୍ରୀ ଶଙ୍କର ପାଲ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ସହ ଛାତ୍ର ମାନଙ୍କର ସମ୍ପର୍କ ସମାଜ ଓ ଦେଶକୁ ଆଗେଇ ନେବା ପାଇଁ ଉତ୍ସାହିତ କରିଥଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସ୍ବାଗତ ନୃତ୍ୟ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନାଟକ ଆଦି ଛାତ୍ର ଛାତ୍ରୀ ମାନେ ପରିବେଷିତ କରିଥିଲେ । ଏକ ଆନନ୍ଦମୟ ପାରିବେଶ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ କିଶୋର କୁମାର , ଅଧ୍ୟାପକ ଆକାଶ ମିସ୍ତ୍ରୀ, ଅଭିଜିତ ମଣ୍ଡଳ,ନେହା ରାୟ, ବନିତା ବର୍ମନ୍, ସୁଚିଶ୍ମିତା ପାଢ଼ୀ,ରାଜୁ ସରକାର , ନନ୍ ଟିଚିଂ ଷ୍ଟାଫ ଲିଜା ରାୟ, କବିତା ସରକାର , ଶିଉଳୀ ହଲଦାର ସହଯୋଗ କରିଥିଲେ ।

No Result
View All Result