ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଖଇରପୁଟ ବ୍ଲକ ସ୍ଥିତ ବଣ୍ଡାଘାଟିର ଅନ୍ଦ୍ରାହାଲ୍ ଓ ତୁଷେଇପଡ଼ା ଗ୍ରାମ ଗସ୍ତ କରିଛନ୍ତି। ସେହି ଅଞ୍ଚଳର ସାମଗ୍ରିକ ବିକାଶ ଓ ଜୀବନଶୈଳୀରେ ଉନ୍ନତି ଆଣିବା ଗୁରୁତ୍ୱ ଦେଇଛନ୍ତି I ଏହି ଗସ୍ତ ସମୟରେ ଅନ୍ଦ୍ରାହାଲ୍ ଗ୍ରାମକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଞ୍ଚଳକୁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ନିର୍ଦ୍ଦେଶ ଦେବା ସହ ସେହି ଅଞ୍ଚଳରେ ଥିବା ସାରୁ ଜଳପ୍ରପାତର ବିକାଶ ଓ ଝୁଲା ପୋଲ ନିର୍ମାଣ ପାଇଁ କହିଛନ୍ତି ଜିଲ୍ଲାପାଳ ।















