ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲା ମୋହନା ଅବକାରୀ ବିଭାଗ ଅତର୍କିତ ଭାବେ ଚଢ଼ାଉ କରି ଦେଶୀ ମହୁଲି ମଦ ଓ ପୋଚ଼ ଜବତ କରିଛି। ବୁଧବାର ଘଟଣାସ୍ଥଳରେ ପୋଚ଼ ନଷ୍ଟ କରାଯାଇଥିବା ଜଣାପଡ଼ିଛି । ମୋହନା ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଦଣ୍ଡ ଶବର ଓ

କର୍ମଚାରୀମାନେ ବିଶେଷ ସୂତ୍ରରୁ ଖବର ପାଇ ଏହି ଥାନା ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଅଧୀନ କଳାମେରୀ ଓ ପଥରଗଡ଼ ଗ୍ରାମ ନିକଟ ଜଙ୍ଗଲ ନିକଟରେ ଥିବା ଏକ ନାଳ ନିକଟରେ ଚଢ଼ାଉ କରି ୧୮୦ ଲିଟର ଦେଶୀ ମହୁଲି ମଦ ଜବତ କରିଛନ୍ତି । ଏଥିସହ ୨ ହଜାର ଲିଟର ମହୁଲ ପୋଚ଼କୁ ଜବତ କରି ଘଟଣାସ୍ଥଳରେ ନଷ୍ଟ କରିଛନ୍ତି।

ଭାଟି ନିକଟରେ ରହିଥିବା ରନ୍ଧା ମଦ ସାମଗ୍ରୀ ରସହାଣ୍ଡି, ପ୍ଲାଷ୍ଟିକ ଡ୍ରମଗୁଡ଼ିକୁ ଜବତ କରିଛନ୍ତି । ଅବକାରୀ ପୋଲିସ ଆସିବା ଜାଣି ମଦ ରାନ୍ଧୁଥିବା ମାଫିଆମାନେ ଜଙ୍ଗଲ ମଧ୍ୟକୁ ଚମ୍ପଟ ମାରିଥିଲେ । ଜଙ୍ଗଲ ମଧ୍ୟରେ ଲୁଚ଼ାଛପାରେ ମାଫିଆମାନେ ବେଆଇନ ମହୁଲି ମଦ ରାନ୍ଧି ଲୋକଙ୍କୁ ଚ଼ଢ଼ା ଦରରେ ବିକ୍ରୀ କରୁଥିବା ଅଞ୍ଚଳର କିଛି ମହିଳା ଅଭିଯୋଗ ହୋଇଥିବା ସୂଚନା ମିଳିଛି।

ଆଗକୁ ବଡ଼ ଧରଣର ଚଢ଼ାଉ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି . ସାଧାରଣ ଚଛା ହେଉଛି ରା, ଉଦୟଗିରି ଅଂଚଳର ବିଭିନ୍ନ ଗାଁ ମାନଙ୍କରେ ନିଭୟରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି ମାତ୍ର ସ୍ଥନୀୟ ଅବକାରୀ ଓ ପୁଲିସ ନାଭିରେ ପକାଇ ସେlଇଛି କେବେ ଏହି ଦୁଇ ଅଧିକାରକଂ ନିଦ ଭାଙ୍ଗୀ ମଦ ଚଢାଉ କରାଯିବ ଦେଖିବାକୁ ବାକି ରହିଲା l















