No Result
View All Result
ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର) ଜଟଣୀ :- ଏ.ଆଇ.ଆର୍.ଇ.ସି ର ଆହ୍ବାନ କ୍ରମେ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ଡିଭିଜନର ଅଲ୍ ଇଣ୍ଡିଆ ଗାର୍ଡ କାଉନସିଲ ପକ୍ଷରୁ ସାତଦଫା ଦାବୀ ନେଇ ଧାରଣା ଓ ଦାବୀପତ୍ର ପ୍ରଦାନ୍। ଗାର୍ଡ ବା ଟ୍ରେନ ମ୍ୟାନେଜର ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ସର୍ଵ ଭାରତୀୟ ସଙ୍ଗଠନ ଏ.ଆଇ.ଆର୍.ସି ର ଡାକରା କ୍ରମେ ଶତାଧିକ ଗାର୍ଡ ମାନେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ସାତ ଦଫା ସମ୍ବଳିତ ଏକ ଦାବିପତ୍ର ଭାରତୀୟ ରେଲ୍ ପ୍ରଶାସନଙ୍କ ଉଦେଶ୍ୟରେ ସିନିଅର ଡି.ପି.ଓ ଆର୍ ଏନ୍ ଏ ପରିଡ଼ାଙ୍କୁ ପ୍ରଦାନ୍ କରିଥିଲେ ।

ଦାବୀ ଗୁଡ଼ିକ ହେଲା ଯଥା ଶୀଘ୍ର ୮ମ ବେତନ କମିଶନ ଗଠନ କରି ଟି.ଏମ.ଆର୍ ମାନଙ୍କୁ ନ୍ୟାଯ୍ୟ ବେତନ ହାର ପ୍ରଦାନ,ପ୍ରାରମ୍ଭିକ ବେତନ ହାର ୪୨୦୦ ରୁ ଆରମ୍ଭ ଓ ଅନ୍ୟ ରେଳ କର୍ମଚାରୀଙ୍କ ସହ ବେତନ ଅସଙ୍ଗତି ଦୂର କରି ଏମ.ଏ.ସି.ପି ପ୍ରଦାନ,ଡି ଏହାର ୫୦% ହେବା ଦିନଠାରୁ ଅର୍ଥାତ୍ ୧.୧.୨୦୨୪ ଠାରୁ କେ.ଏମ.ଏ ଭତ୍ତାରେ ୨୫ ପ୍ରତିଶତ ବୃଦ୍ଧି,ଯଥାଶୀଘ୍ର ଖାଲିଥିବା ସମସ୍ତ ଟି.ଏମ.ଆର୍ ପଦବୀ ପୂରଣ, ଏନ୍.ପି.ଏସ, ୟୁ.ପି.ଏସ୍ ଉଚ୍ଛେଦ କରି କେବଳ ଓ.ପି.ଏସ ଲାଗୁ କରିବା,

ରନିଂ ରୁମରୁ ଦୁର୍ନୀତି ହଟାଇ ସ୍ୱାସ୍ଥ୍ୟକର ପରିବେଶରେ ଉତ୍ତମ ମାନର ଖାଦ୍ୟ ପ୍ରଦାନ, ବ୍ରେକ୍ ଭ୍ୟାନ୍ ର ନବୀକରଣ ସହ ଲାଇନ ବକ୍ସ ପୁନଃ ଚାଲୁ କରିବା, ସମସ୍ତ ସର୍ତ୍ତ ହଟାଇ ଏମ.ଜି.କେ ପ୍ରଦାନ ଇତ୍ୟାଦି । ଏହି କାର୍ଯ୍ୟକ୍ରମକୁ ଜୋନାଲ ସେକ୍ରେଟାରୀ ଏ କେ ଦାସ, କାର୍ଯ୍ୟ ନିର୍ବାହୀ ସଭାପତି ସନ୍ତୋଷ ନିସଙ୍କ, ଡ଼ିଭିଜନାଲ୍ ସେକ୍ରେଟାରୀ ବି ସି ଭି ରାଜୁ,

ଡ଼ିଭିଜନାଲ ପ୍ରେସିଡେଣ୍ଟ ଏସ ମାଝୀ, ଡ଼ିଭିଜନାଲ ଟ୍ରେଜରାର ଟି ଡି ବେହେରା, ନିୟୁଦିଲ୍ଲୀ ସି.ଡବ୍ଲିୟୁ.ସି ମେମ୍ବର ଅଲିମ ଖାନ ଓ ରାକେଶ କୁମାର, ତାଳଚେର ବ୍ରାଞ୍ଚ ସେକ୍ରେଟାରୀ ପି କେ ରାୟ, ଉପ ସଭାପତି ସୌଭାଗ୍ୟ ସେଠୀ ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ ।

No Result
View All Result