No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ-କୋଣାର୍କ ରାସ୍ତାର ମାଟିଆପଡା ରେଳ ଓଭରବ୍ରିଜ କାର୍ଯ୍ୟ ଧିମା ଗତିରେ ଚାଲିଛି । ବ୍ରିଜର ଦୁଇ ପାର୍ଶ୍ବ ରାସ୍ତା ଖୋଳାଖୋଳି ହୋଇ କଦର୍ଯ୍ଯ ଅବସ୍ଥାରେ ରହିଛି । ଇନ୍ଦ୍ରଦ୍ୟୁମ୍ନ ଛକ ଠାରୁ ବାଲିଘାଟ ଛକ ପର୍ଯ୍ୟନ୍ତ ରାସ୍ତାରେ ଚାଲିକରି ଯିବା କଷ୍ଟସାଧ୍ୟ ହୋଇପଡିଲାଣି । ଏହି କାମ ଠିକା ନେଇଥିବା ଠିକା ସଂସ୍ଥା ମାର୍ଚ୍ଚ ୨୦୨୫ ସୁଦ୍ଧା କାର୍ଯ୍ୟ ଶେଷ ଅବଧି ଥିଲେ ମଧ୍ଯ କାମ ୫୦ ପ୍ରତିଶତ ସରିନାହିଁ । ପ୍ରତି ମିନିଟରେ ୨୦ ଖଣ୍ଡ ଯାନ ରେଳ ଫାଟକ ଦେଇ ଯାତାୟାତ କରୁଛି । ରାସ୍ତା କଦର୍ଯ୍ଯ ଓ ଟ୍ରେନ ଗେଟ ପଡିବା ଯୋଗୁ ଅଞ୍ଚଳବାସୀ, ପର୍ଯ୍ୟଟକ, ସିଦ୍ଧମହାବୀର ଦର୍ଶନାର୍ଥୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାସ୍ତା ଖରାପ ଯୋଗୁ ସ୍ଲୁଲକୁ ଯାଉଥିବା ବିଦ୍ୟାର୍ଥୀ, ଆମ୍ବୁଲାନ୍ସ ଓ ଦମକଳ ଗାଡି ଯାଆସରେ ବିଳମ୍ବ ଘଟୁଛି । ୨୦୧୯ ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ଓଭରବ୍ରିଜ ପାଇଁ ସ୍ବୀକୃତି ମିଳିଥିଲା । ୨୦୨୧ ମସିହାରେ ଜମି ଅଧିଗ୍ରହଣ ଶେଷ ହୋଇ ୨୦୨୨ରେ ବ୍ରିଜ କାମ ଶେଷ ହୋଇଥାନ୍ତା । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ ।
ଓଭରବ୍ରିଜର ଦୁଇ ପଟ ରାସ୍ତା ନହୋଇ ପାରିବାରୁ ତା ପ୍ରତିବାଦରେ ପୁରୀଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ଏହାର ନେତୃତ୍ବ ଜିଲ୍ଲା କଂଗ୍ରେସ ସଭାପତି ଇଞ୍ଜିନିୟର ରାଜେଶ ମିଶ୍ରଙ୍କ ଦ୍ବାରା ପରିଚାଳିତ ହୋଇଥିଲା । ଜାତୀୟ ରାଜପଥ ପ୍ରାଧିକରଣ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଚଳିତମାସ ୨୦ ତାରିଖ ସୁଦ୍ଧା ରାସ୍ତା କାମ ଆରମ୍ଭ କରାଯିବ । ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନ ପ୍ରତ୍ଯାହୃତ କରିଥିଲେ ।

ଏଥିରେ ଉତ୍ତମ ଆଚାର୍ଯ୍ୟ, ବିଦ୍ୟୃତଲତା ଆଚାର୍ଯ୍ୟ, ସରସ୍ବତୀ ପାତ୍ର, ଅମରେନ୍ଦ୍ର ପାଇକରାୟ, ସିତାକାନ୍ତ ମହାନ୍ତି, ସୁଜିତ ମହାପାତ୍ର, ସ୍ବାଧୀନ କୁମାର ପଣ୍ଡା, ରଜତ କୁମାର ସାହୁ, ସୁରେନ୍ଦ୍ର ପାଇକରାୟ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ସସ୍ମିତା ସ୍ବାଇଁ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସୁକାନ୍ତ କୁମାର ପ୍ରଧାନ, ଉମାକାନ୍ତ ବେହେରା, ଆଡଭୋକେଟ ପାଣ୍ଡି ବାବୁ, ଅମିୟ କୁମାର ମହାପାତ୍ର, ମନୋଜ ମହାପାତ୍ର, ବିଶ୍ୱରଞ୍ଜନ ସାମନ୍ତରାୟ ଏବଂ ଶତାଧିକ ସ୍ଥାନୀୟ ଅଧିବାସୀଙ୍କ ସମେତ ବହୁ ସଂଖ୍ୟକ ସାଧାରଣ ଲୋକେ ଉପସ୍ଥିତ ରହିଥିଲେ ।

No Result
View All Result