ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜକିଶୋର ସେନାପତି – ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର କାଦୁଆ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ଏକ ଦୁର୍ଘଟଣା ଘଟିଅଛି l ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି l ବାଲିଯାତ୍ରା ଦେଖିବାକୁ ଚନ୍ଦନ ପୁର ଥାନା ଅନ୍ତର୍ଗତ ଶାସନ ଦାମୋଦର ପୁର ସାମିଲ ନରହରି ପୁର ଗ୍ରାମର ୪ ଜଣ ବନ୍ଧୁ ୨ ଗୋଟି ବାଇକ ରେ କଟକ ଯାଇଥିଲେ l ବାଲିଯାତ୍ରା ଦେଖି ୪ ଜଣ ବନ୍ଧୁ ୨ ଗୋଟି ବାଇକରେ ଗ୍ରାମକୁ ଫେରିବା ସମୟରେ ରାତି ପ୍ରାୟ ଗୋଟାଏ ସମୟରେ କାଦୁଆ ପେଟ୍ରୋଲ ପମ୍ପ ସମ୍ମୁଖରେ















