No Result
View All Result
ସମ୍ବଲପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଯୁଯୋମୁରା ବ୍ଲକ ବିଜୁ ଜନତା ଦଳ ତରଫରୁ ରବିବାର ଅପରାହ୍ନ ୪ ଟା ସମୟରେ ଜନ ସମ୍ପର୍କ ଅଭିଯାନ ଓ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା I ଏହି ପଦଯାତ୍ରା ବାହାମ ଗ୍ରାମ ପଂଚାୟତ ର ପଡ଼ିଆବାହାଲ ସାପ୍ତାହିକ ବଜାର ରୁ ବାହାରି ସାପଡ଼ା ଦେଇ ବଡ଼ତୁରାଙ୍ଗ ଗ୍ରାମ ରେ ପହଞ୍ଚି ଥିଲା I ପଦଯାତ୍ରା କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ଉପନେତା ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ I

ପଦଯାତ୍ରା ରେ ବ୍ଲକ ଅଧକ୍ଷା ମମତା ନାୟକ, ବିଜେଡି ବ୍ଲକ ସଭାପତି ବିନୋଦ ବଡ଼ପଣ୍ଡା ଙ୍କ ସମେତ କୁକୁଡ଼ା ପାଲି ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ଦେହୁରୀ, ବାହାମ ପଞ୍ଚାୟତ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ଡ଼ଙ୍ଗରପଡ଼ା ପଞ୍ଚାୟତ ସମିତିସଭ୍ୟ ପ୍ରକାଶ ପ୍ରଧାନ, ଲିପିଣ୍ଡା ପଞ୍ଚାୟତ ସମିତି ସଭ୍ୟ ପ୍ରଫୁଲ୍ଲ ମିର୍ଦ୍ଦା, ବରିଷ୍ଠ ବିଜେଡି ନେତା ଝସ କେତନ ନାୟକ, ବେଣୁଧର ତ୍ରିପାଠୀ, ହରିହର ନାୟକ, ବିଜେଡି ପଞ୍ଚାୟତ ସଭାପତି ସୁବ୍ରତ ବିଶ୍ୱାଳ, ସୁଶୀଲ ବେହେରା, କ୍ଷୀରୋଦ ସାହୁ, ପ୍ରତାପ ପ୍ରଧାନ,

ରଞ୍ଜନ ସାହୁ, ରାମକୃଷ୍ଣ କର ପ୍ରମୁଖ ଙ୍କ ତତ୍ୱାବଧାନ ରେ ଯୁଯୋମୂରା ବ୍ଲକ ସମସ୍ତ ଗ୍ରାମ ପଂଚାୟତ ର ବିଜେଡି ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ପଂଚାୟତର ବିଜେଡି ସଭାପତି ଯୁବ ଓ ଛାତ୍ର ବିଜେଡି ସଭାପତି/ମହିଳା ସଭାପତି ବରିଷ୍ଠ ବିଜେଡି କର୍ମକର୍ତ୍ତା ଯୋଗଦାନ କରିଥିଲେ I ପଦଯାତ୍ରା ସମୟରେ ବଡ଼ ତୁରାଙ୍ଗ ଗ୍ରାମରେ ଥିବା ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ପ୍ରତିମୂର୍ତ୍ତି ରେ ବିଧାୟକ ଶ୍ରୀ ଆଚାର୍ଯ୍ୟ ଙ୍କ ସମେତ ନେତୃମଣ୍ଡଳୀ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ I ଏହି ଅବସରରେ ବଡ଼ତୁରାଙ୍ଗ ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା I

ଏହି ସଭାରେ ବିଧାୟକ ଶ୍ରୀ ଆଚାର୍ଯ୍ୟ ଙ୍କ ସମେତ ଗ୍ରାମବାସୀ ଦାମଦୋର ମେହେର, କୁରୁ ପତି ପ୍ରଧାନ, ଶିବ ମେହେର, ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ସରପଞ୍ଚ ଗୀତାଞ୍ଜଳି ଦେହୁରୀ, ସମିତି ସଭ୍ୟ ପ୍ରଫୁଲ ମିର୍ଦ୍ଦା, ପ୍ରକାଶ ପ୍ରଧାନ ମଂଚାସୀନ ଥିଲେ I ସଭା କୁ ବିଜେଡି ବ୍ଲକ ସଭାପତି ବିନୋଦ ବଡ଼ପଣ୍ଡା ପରିଚାଳନା କରିଥିଲେ I

ଶେଷରେ ଅଶ୍ବିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଏବଂ ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ର ଙ୍କ ନେତୃତ୍ୱ ରେ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

No Result
View All Result