ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଦୁଇଦିନ ଧରି ଭାଗବତ ଭବନରେ ପୀଠପରିଷଦ ଅନ୍ତର୍ଗତ, ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ପ୍ରାଦେଶିକ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଦିତ୍ୟ ବାହିନୀ ଓଡ଼ିଶା ପ୍ରାନ୍ତର ସାଧାରଣ ସମ୍ପାଦକ କୁମାର ସତ୍ୟଜିତ ବେଜଙ୍କ ସୂଚନା ଅନୁଯାୟୀ ଓଡିଶା ରାଜ୍ୟର ୨୩ଟି ଜିଲ୍ଲାର କାର୍ଯ୍ୟକର୍ତ୍ତା ଏବଂ ପଦାଧିକାରୀ ସମୂହ କାର୍ଯ୍ୟକାରିଣୀରେ ଯୋଗଦେ ଇଥିଲେ।















