ପଡିଆ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଅଙ୍ଗନବାଡି କର୍ମୀଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷରୁ ପଡିଆ ବ୍ଲକ ସମନ୍ଵିତ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ମାତୃ, ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା, କୁପୋଷଣ ଦୂରୀକରଣ ସହ କ୍ଷୁଦ୍ରଷସ୍ୟ କୁ ଲୋକ ଲୋଚନ କରାଇବାରେ ଅଗଧାଡ଼ିର କର୍ମୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି ।















