ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶ୍ରୀମନ୍ଦିର ର ବରିଷ୍ଠ ସିଂହାରୀ ସେବକ ତଥା ଶିକ୍ଷକ ହରିହର କର ଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି l ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ ରେ ଚିକିତ୍ସାଧୀନ ଥିଲେ l ସେ ଦୀର୍ଘ ୬0 ବର୍ଷ ରୁ ଉର୍ଦ୍ଧ ଦିନ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ l ତାଙ୍କ ସମର୍ପିତ ସେବାର ଅନ୍ତ ଘଟିଛି ବୋଲି ଅନେକଙ୍କ ମତ l ତାଙ୍କ ବିୟୋଗ ଶ୍ରୀମନ୍ଦିର ସେବାୟତ ସମାଜ ତଥା ସିଂହାରୀ ସେବକ ମାନଙ୍କ ପାଇଁ ଅପୂରଣୀୟ କ୍ଷତି l















