No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର) ହିଞ୍ଜିଳିକାଟୁ :- ଭାରତୀୟ ପ୍ରଶାସନିକ ସେବାର ରାଜସ୍ବ, ପୁଲିସ୍, ପରିସଂଖ୍ୟନ, ଜଙ୍ଗଲ , ଶିକ୍ଷ୍ୟା ବିଭାଗର ୧୦ ତାଲିମ ଅଧିକାରୀଙ୍କ ୨ଟି ଟିମ ଦୁଇ ଦିନିଆ ଗସ୍ତରେ ଆସି ହିଞ୍ଜିଳିକାଟୁ ପୌରାଞ୍ଚଳରେ କାର୍ଯ୍ୟକ୍ଷମ ଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ର ପ୍ରଦର୍ଶନ କରି ଶୁକ୍ରବାର ଫେରିଛନ୍ତି ।

ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ବେଉରାଙ୍କ ନେତୃତ୍ୱରେ ବିକାଶ ଯାଦବ, ଶ୍ରୁତି ସୁବାସ କୋକଟେ, ନିରଜ କୁମାର ପ୍ରିୟଦର୍ଶୀ, ବିଶାଳ କୁମାର ସୁରେଶ, ରସିଦା ଖତୁନ, ମୃଦୂଳ ପଣ୍ଡିତ, ଦୁର୍ଗା ଦାସ କାଶ୍ୟପ, ରିତିକ ଶ୍ରୀବାସ୍ତବ, କେ. ବାଲ ରାଜୁ ଓ ମନନ୍ ଭଟ୍ଟ ପ୍ରମୂଖ ତାଲିମ୍ ଅଧିକାରୀଙ୍କୁ ପୋଚିଲିମ୍ମା ସାଇ ସୁନ୍ଦର ଧାମ,

ବିଭବ କେନ୍ଦ୍ର, ସ୍ମାର୍ଟ ପାର୍କ, ନଡ଼ିଆ କତା କେନ୍ଦ୍ର, ଡ୍ରିଙ୍କ ଫ୍ରାମ ଟ୍ୟାପ, ଇଣ୍ଡୋର ଷ୍ଟାଡିୟମ୍, ଯୋଗୀ ବନ୍ଧ, ବିଜୁ ଆଦର୍ଶ କଲୋନୀ, ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର, ପୋଷକ, ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର, ଆହାର କେନ୍ଦ୍ର, ମିଶନ ଶକ୍ତି କାଫେ ଓ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଆଦି ପରିଦର୍ଶନ କରିଥିଲେ ।

ବିଭିନ୍ନ ପ୍ରକାର ପ୍ରକଳ୍ପ ଗୁଡ଼ିକର ସ୍ଥିତି, କାର୍ଯ୍ୟନ୍ଵୟନ ଓ ସୁପରିଚାଳନାରୁ ପୌରାଞ୍ଚଳ ବାସୀ ବେଶ ଉପକୃତ ହେଉଥିବା ହୃଦୟଙ୍ଗମ କରି ସନ୍ତୋଷ ପ୍ରକାଶ କରିଥିଲେ । ତାଲିମ ଅଧିକାରୀଙ୍କ ସହ ପୌର ଯନ୍ତ୍ରୀ ମୁକେଶ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ,

କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ସୁନୀଲ ନାହାକ କନିଷ୍ଠ ସ୍ୱଚ୍ଛତା ଅଧିକାରୀ ସମୀର ମହାନ୍ତି, ପ୍ରମୋଦ କୁମାର ସାହୁ, ସୁମନ ଆଚାରୀ ଓ ଗୋଷ୍ଠୀ ସଂଯୋଜିକା ସ୍ନେହଲତା ମିଶ୍ର ଓ ସୁଶାନ୍ତ କୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ ।

No Result
View All Result