ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପଦ୍ମିନୀ କେୟାର ହସ୍ପିଟାଲ, ଡ୍ରିମ୍ସ ଟାଙ୍ଗୀ ପକ୍ଷରୁ ଶୁକ୍ରବାର ବିରିଡି ବ୍ଲକ ମଙ୍ଗୁଲି ପଞ୍ଚାୟତ ସହଯୋଗରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହାକୁ ସରପଞ୍ଚ ଆଡ଼ଭୋକେଟ ନିରଞ୍ଜନ ସେଠୀ ଉଦ୍ଘାଟନ କରିଥିଲେ l ପଦ୍ମିନୀ କେୟାର ହସ୍ପିଟାଲ ର ମାର୍କେଟିଙ୍ଗ ମ୍ୟାନେଜେର ଏ ନମିତାବ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଶିବିରରେ ଡା. ସତ୍ୟମ କୁମାର ବଣିଆ,

ଡା. ଲକି ଅଗ୍ରୱାଲ ଲୋକମାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରିଥିଲେ l ତାଙ୍କୁ ଫାର୍ମାସିଷ୍ଟ ଶୁଭମ ପାଣିଗ୍ରାହୀ ସହଯୋଗ କରିଥିଲେ l ଚନ୍ଦ୍ରଶେଖର ନନ୍ଦ ସମସ୍ତ ଷ୍ଟାଫ୍ ମାନଙ୍କୁ ସହଯୋଗ କରି ଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟା ଲିଲିମା ଭୋଇ, ଶିବପ୍ରସାଦ ଭୋଇ,

ରବୀନ୍ଦ୍ର କୁମାର ସାହୁ, ଅରୁଣ ଦାସ, ବୈଷ୍ଟମ୍ବ ସାହୁ, କେଦାରନାଥ ସାହୁ, ସୁବାଷ ନାୟକ, ଅଶୋକ କୁମାର ସାହୁ, ଦୀପ୍ତି ରଞ୍ଜନ ମହାନ୍ତି, ସନ୍ତୋଷ ରାଉତରାୟ ପ୍ରମୁଖ ସହଯୋଗର ହାତବଢ଼ାଇଥିଲେ l ବହୁ ଜନସାଧାରଣ ନିଜନିଜର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ନେଇଥିଲେ l














