ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :– ନବଜାତକଙ୍କ କୋମଳ ଚର୍ମର ଯତ୍ନ ପାଇଁ ପ୍ରାକୃତିକ କଟନ ମିଶ୍ରଣରେ ପ୍ର୍ସ୍ତୁତ ନୂଆ କଟନଟଚ୍କୁ ଜନ୍ସନ୍ସ ପକ୍ଷରୁ ଉନ୍ମୋଚନ କରାଯାଇଛି । ଇ-କମର୍ସରେ ସ୍ୱତନ୍ତ୍ର ଭାବେ ଏହାକୁ ଉନ୍ମୋଚନ କରାଯାଇଛି । ଏହି ଉତ୍ପାଦ ବର୍ଗରେ ରହିଛି ୱାସ୍, ଲୋସନ୍, କ୍ରିମ୍ ଓ ତୈଳ ଏବଂ ଏହା ଆମାଜନ, ଫ୍ଲିପ୍କାର୍ଟ, ବିଗ୍ ବାସ୍କେଟ୍, ଫାଷ୍ଟକ୍ରାଏ ଏବଂ ନାଇକାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇଛି । ଶିଶୁଙ୍କ ପାଇଁ ବିଶ୍ୱାସ ଓ ଭରସାର ସହ ମା’ ମାନେ ବ୍ୟବହାର କରୁଥିବା ଉତ୍ପାଦ ସୃଷ୍ଟି କରିବାରେ ଜନ୍ସନ୍ସର ୧୨୫ ବର୍ଷର ପରମ୍ପରା ରହିଛି । ଏହି ଆହ୍ୱାନପୂର୍ଣ୍ଣ ସମୟରେ ଉଲ୍ଲେଖନୀୟ ଉତ୍ପାଦ ଲାଗି ରହିଥିବା ଆବଶ୍ୟକତାକୁ ଏହି ଉତ୍ପାଦ ପୂରଣ କରିବ ।
ଭାରତୀୟ ବଜାରରେ କଟନ୍ଟଚ୍କୁ ଉନ୍ମୋଚନ କରିବା ଲାଗି ଜନ୍ସନ୍ସ ୭୦୦ରୁ ଅଧିକ ପ୍ରଭାବ ସୃଷ୍ଟିକାରୀଙ୍କୁ ସ୍ୱାଗତ କରିଛି । କଟନଟଚ୍ ହେଉଛି ଏକ ଅଭିନବ ଉତ୍ପାଦ ଯାହାକୁ ବ୍ୟାପକ ଗବେଷଣା ଓ ବିକାଶ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ହେଉଛି ବିଶ୍ୱର ପ୍ରଥମ ଶିଶୁ ଯତ୍ନ ଉତ୍ପାଦ ଯାହାକୁ ପ୍ରାକୃତିକ କଟନର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି ଯାହାକୁ ବ୍ୟବହାର କଲେ ଶିଶୁ ବିରକ୍ତ ହେବନି । ଜନ୍ସନ୍ ଆଣ୍ଡ୍ ଜନ୍ସନ୍ କଂଜ୍ୟୁମର ଡିଭିଜନ, ଇଣ୍ଡିଆର ମାର୍କେଟିଂ ଭିପି ମନୋଜ ଗାଡଗିଲ କହିଛନ୍ତି ଯେ, “ଆମେ ଜନ୍ସନ୍ସରେ ସୁରକ୍ଷିତ ଶିଶୁ ଯତ୍ନ ଉତ୍ପାଦ ପ୍ରତି ରହିଥିବା ଦୀର୍ଘସ୍ଥାୟୀ ପ୍ରତିବଦ୍ଧତା ପାଇଁ ପରିଚିତ, ଯାହା ଶିଶୁ ପାଇଁ ସବୁଠୁ ଶ୍ରେଷ୍ଠ କ’ଣ ତାହା ନିର୍ଧାରଣ କରିଥାଏ ।
ଶିଶୁର ଚର୍ମକୁ ବୁଝିବା ଏବଂ ନବଜାତକର ଚର୍ମକୁ ଜାଣିବା ଓ ଶିଶୁ ପାଇଁ ଦରକାର କୋମଳ ଯତ୍ନକୁ ବୁଝିବା ଲାଗି ଅନେକ ଦଶନ୍ଧୀ ଧରି ଆମେ ଗବେଷଣାରେ ନିବେଶ କରିଛୁ । ସେଥିପାଇଁ ଆମେ କଟନଟଚ୍ ବର୍ଗକୁ ଉପସ୍ଥାପନ କରିଛୁ ଯାହା ମା’ମାନଙ୍କୁ ଏଭଳି କୋମଳତା ପ୍ରଦାନ କରିବ ଯାହା ସେମାନେ ପୂର୍ବରୁ କେବେବି ଅନୁଭବ କରିନଥିବେ । ଲକ୍ଡାଉନ୍ ସମୟରେ ମଧ୍ୟ ଭାରତୀୟ ବଜାରରେ ବେବି କେୟାରର ଚାହିଦା ବଢ଼ୁଥିବାର ଆମେ ଦେଖୁଛୁ ଓ ଏହି ସମୟରେ ଅଧିକ ସୁରକ୍ଷିତ ମାନର ଉତ୍ପାଦ ପାଇଁ ମା’ମାନେ କରିଥିବା ଦାବି ଆମକୁ ଏହି ଉତ୍ପାଦ ବିକଶିତ କରିବାକୁ ଅନୁପ୍ରାଣିତ କରିଛି ।
ଇ-କମର୍ସ ରୁଟ୍ ଜରିଆରେ ଆମେ ଯଥା ସମ୍ଭବ ଅଧିକ ଅଭିଭାବକମାନଙ୍କ ପାଖରେ ପହଂଚିବା ଓ ସେମାନଙ୍କ ଅଭିଭାବକ ହେବା ଯାତ୍ରାକୁ ଅଧିକ ଉଲ୍ଲାସପୂର୍ଣ୍ଣ କରିବାରେ ସହାୟତା । ପ୍ରଦାନ କରିବାକୁ ଆଶା ରଖିଛୁ ନୂଆ କଟନଟଚ୍ ଆସନ୍ତା କିିଛି ସପ୍ତାହ ଭିତରେ ରିଟେଲ୍ ଷ୍ଟୋର୍ରେ ଉପଲବ୍ଧ ହେବ ।














