ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମଇନ୍ଦିପୁର -କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ବୁଧବାର ବୈଦ୍ୟନାଥ କ୍ରୀଡା ସଂସଦ ଖେଳପଡିଆ ଠାରେ ଏକଦିଵସିୟବିନୋଦ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହାକୁ ବ୍ଲକ ଅଧକ୍ଷା ମମତା ପାତ୍ର ଉଦ୍ଘାଟନ କରିଥିଲେ l ତାଙ୍କ ସହିତ ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସରପଞ୍ଚ ଯୁଧିଷ୍ଠିର ବେହେରା ଉପସ୍ଥିତ ଥିଲେ l ଏହି ଟୁର୍ନାମେଣ୍ଟରେ ବିଭିନ ଅଂଚଳରୁ 8 ଗୋଟି ଫୁଟ ବଲ ଟିମ ଭାଗନେଇ ଖେଳପ୍ରଦର୍ଶନ କରିଥିଲେ l

ଫାଇନାଲ ଖେଳ ଇଲେଭେନ ଗନ ତିନିଘରିଆ ଓ ଜୟଭାରତ ଟିମ ଭୁବନେଶ୍ୱର ମଧ୍ୟରେ ହୋଇଥିଲା l ଇଲେଭେନ ଗନ ଜୟ ଭାରତ ଟିମ କୁ 3-0ଗୋଲ ରେ ପରାସ୍ତ କରି ବିଜୟ ଲାଭ କରିଥିଲେ l ଉଦଯାପନୀ ଉଚ୍ଛବରେ ଯୁବକ ସଂଘ ଅଧ୍ୟକ୍ଷ ବିମ୍ବାଧର ଦାଶ ପୌରାହିତ୍ୟ କରିଥିଲେ ସଭାରେ ମୁଖ୍ୟ ଅତିଥିତି ଭାବେ ବିଜେପି ଉପସଭାପତି ବିଷ୍ଣୁ ଚରଣ ଦାସ,ବାରେଣ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ପ୍ରତାପ ଚନ୍ଦ୍ର ମିଶ୍ର,

ଆଇନୀ ଜୀବି ରାଜକିଶୋର ବେହେରା, ବିଶିଷ୍ଟ୍ସ ଅର୍ଥ ନିତୀଜ୍ଞ ରାଜୀବ ସାହୁ, ସତ୍ୟବ୍ରତ ମହାପାତ୍ର, ଯୁବନେତା ଦେବୀପ୍ରସାଦ ତ୍ରିପାଠୀ, ନୃସିଂହ ଦାଶ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ନେତ୍ରlନନ୍ଦ ପାତ୍ର, ପ୍ରବୋଧ ତ୍ରିପାଠୀ, ସୁବୋଧ ବାରିକ, ଘାଗୁଲି ଦାସ,ଯୁଧିଷ୍ଠିର ବେହେରା ପ୍ରମୁଖ ଯୋଗଦେଇ ବିଜୟୀ ଇଲେଭେନ ଗନ ଦଳକୁ 20 ହଜାର ଟଙ୍କା ସହ ଉଇନର ଟ୍ରଫି ଓ ରନର୍ସ ଅପ ଜୟ ଭାରତ ଦଳକୁ 15 ହଜାର ଟଙ୍କା ସହ ରନର୍ସ କପ ପ୍ରଦାନ କରିଥିଲେ କାର୍ଯ୍ୟକ୍ରମ କୁ ଯୁବକସଂଘ ର ସଭାପତି ପ୍ରକାଶ ଦାସ,

ସମ୍ପାଦକ ଚିତ୍ତ ରଞ୍ଜନ ପଟନାୟକ, ଉପସଭାପତି ହେମନ୍ତ ମଲିକ, ପୂର୍ବତନ ସମ୍ପାଦକ ସୁବ୍ରତ ପଟନାୟକ, କ୍ରୀଡା ସମ୍ପାଦକ ବିଶ୍ୱନାଥ ଭୋଇ, ସଂଯୋଜକ ବିଶ୍ୱଜିତ ପଟନାୟକ, ପ୍ରମୁଖ ସମ୍ପୂର୍ଣ ପରିଚାଳନା କରିଥିଲେ l ରେଫରୀ ଭାବେ ସୁନୀଲ ପଟ୍ଟନାୟକ, ଜ୍ୟୋତିରଞ୍ଜନ ସ୍ୱାଇଁ, ରାଜୁ ମହାନ୍ତି, ମାନସ ବିଶ୍ୱାଳ, ପ୍ରମୁଖ ଖେଳ ପରିଚାଳନା କରିଥିଲେ l














