ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା ୩୦/୧୨/୨୦୧୯ ରିଖ ଗବେଷଣା ଓ ପ୍ରସଙ୍ଗ ସ୍ୱତନ୍ତ୍ର କମିଟିଙ୍କର ପ୍ରଥମ ବୈଠକ ଆଜି ବିଧାନସଭା କମିଟି ପ୍ରକୋଷ୍ଠ ନଂ-୫୩ରେ ଅନୁଷ୍ଠିତ ହୋଇଯାଇଛି ।
ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ଭବିଷ୍ୟତ କାର୍ଯ୍ୟକ୍ରମ ସଂର୍ପକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସଂପୃକ୍ତ କମିଟିର ସଦସ୍ୟଙ୍କ ସମେତ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ