No Result
View All Result
ସମ୍ବଲପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସମ୍ବଲପୁର ଜିଲ୍ଲା ଯୁଯୋମୂରା ବ୍ଲକ ର ଜୟନ୍ତପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଟିତ ଫୂଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ନିମୋ ଇଲେଭେନ ବନାମ ତିହୁରା ଏଫ୍ ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l କୋଣାର୍କ ଯୁବକ ସଂଘ ଘୁଏବେର୍ଣ୍ଣା ପକ୍ଷରୁ ଅନୁଷ୍ଠିତ ଏହି ୬ତମ ଫୁଟବଲ ଟୁର୍ନାମେଣ୍ଟ ର ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ନିମୋ ଇଲେଭେନ ଦଳ ଏଥିରେ ୧-୦ ଗୋଲ ରେ ଚମ୍ପିୟାନ ହୋଇଛି I
ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ସମ୍ମାନୀତ ଅତିଥି ଭାବେ ଜୟନ୍ତପୁର ପଞ୍ଚାୟତ ସରପଞ୍ଚ ଆରତୀ ତାଣ୍ଡିଆ, ସାମ୍ବାଦିକ ସରୋଜ ସାହୁ, ପୂର୍ବତନ ସରପଞ୍ଚ ଗଣେଶ ତାଣ୍ଡିଆ, ନାଏକ ସରପଞ୍ଚ ଲଳିତ ପ୍ରଧାନ, ଦିଲୀପ ମିର୍ଦ୍ଧା, ନୀଲେଶ ସେନାପତି ପ୍ରମୁଖ ଯୋଗଦାନ କରିଥିଲେ I ଅତିଥି ବୃନ୍ଦ ବିଜେତା ଓ ଉପ- ବିଜେତା ଦଳ କୁ ଟ୍ରଫି ସହିତ ନଗତ ଯଥା କ୍ରମେ ୩୦ ହଜାର ଓ ୨୦ ହଜାର ଟଙ୍କା ପ୍ରଦାନ କରି ପୁରସ୍କୃତ କରିଥିଲେ I
ଅନୁଷ୍ଠିତ ଖେଳକୁ ବିଜେ ଓରାମ, ପରେଶ ମିର୍ଦ୍ଧା, ଦେବେନ୍ଦ୍ର ମିର୍ଦ୍ଧା, ଲଷ୍ମଣ ସେଠ୍, ଲିଙ୍ଗ ପ୍ରଧାନ ପରିଚାଳନା କରିଥିଲେ I ରାଜେଶ ପୁରୋହିତ ଏବଂ ଜଗଦୀଶ ଓରାମ ଧାରା ବିବରଣୀ ପ୍ରଦାନ କରିଥିଲେ I କୋଣାର୍କ କ୍ଲବ ର ସଭାପତି ନରୋତ୍ତମ ପ୍ରଧାନ, ସମ୍ପାଦକ ଦିପକ ପ୍ରଧାନ ଙ୍କ ପ୍ରତ୍ୟେକ ତତ୍ୱାବଧାନରେ ସମସ୍ତ ଖେଳ ଅନୁଷ୍ଠିତ ହୋଇଥିବା ବେଳେ କ୍ଳବ ର ଜିତୁ ପ୍ରଧାନ, ଅଚୁତ ପ୍ରଧାନ, ବିନୋଦ ପ୍ରଧାନ, ପରେଶ ମିର୍ଦ୍ଧା, ଅଶୋକ ପ୍ରଧାନ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ I

No Result
View All Result