ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମାଲକାନଗିରିର ଦୁର୍ଗମ ବଣ୍ଡା ଘାଟି ଅଞ୍ଚଳରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଏକ ଡକ୍ୟୁମେଣ୍ଟରୀ ଫିଲ୍ମ ସୁଟିଂ କରାଯାଇଥିଲା । ବଣ୍ଡା ଘାଟି ସମୁଦ୍ର ପତ୍ତନ ଠାରୁ ପ୍ରାୟ ୫୦୦୦ ମିଟର ରୁ ଅଧିକ ଉଚ୍ଚରେ ଅବସ୍ଥିତ ଏବଂ ଏଠାରେ ବଣ୍ଡା ଜାତିର ଆଦିମ ଜନଜାତି ବସବାସ କରନ୍ତି । ଏହି ଅଞ୍ଚଳର ପୌରାଣିକ କାହାଣୀ ଅନୁଯାୟୀ, ଏକଦା ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ବନବାସ ସମୟରେ ଏଠାରେ କିଛିଦିନ ବାସ କରିଥିଲେ।















