ପଡିଆ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଲୌହ ମାନବ ସର୍ଦାର ବଲ୍ଲଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ସହ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ପଡିଆ ପୋଲିସ ପକ୍ଷ୍ୟରୁ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଡିଆ ମୁଖ୍ୟ ବଜାରରେ ଥିବା ରାମ ମନ୍ଦିର ଛକଠାରୁ ପଡିଆ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆ ପର୍ଯ୍ୟନ୍ତ ପ୍ରାୟ ଦୁଇ କିମି ଦୂରତାର ଗଣ ଦୌଡ ଅନୁଷ୍ଠିତ କରାଯାଇଛି । ଏହାପରେ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଲୌହମାନବ ସର୍ଦାର ବଲ୍ଲଭାଇ ପଟେଲ ଆତ୍ମଜୀବନୀ,

ସ୍ଵାଧୀନତା ସଂଗ୍ରାମରେ ତାଙ୍କ ଅବଦାନ, ସ୍ୱାଧୀନୋତ୍ତର ଭାରତ ଗଠନରେ ତାଙ୍କ ବଳିଷ୍ଠ ଅବଦାନ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ଏଥିସହ ସରଦାର ବଲ୍ଲଭଭାଇ ପଟେଲ ସ୍ଵାଧୀନୋତ୍ତର ଭାରତର ଗଡ଼ଜାତ ରାଜ୍ୟ ଗୁଡିକୁ ସଙ୍ଗଠିତ କରି ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେ ଚିର ସ୍ମରଣୀୟ ବୋଲି କୁହାଯାଇଛି । ପଡିଆ ଥାନା ଅଧିକାରୀ ଡିଏସପି ରମେଶ୍ଵର ପଧାନଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଡଃ ଏନ୍ ରାଘବ ରାଓ,















