ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ମଙ୍ଗଳବାର) ଢେଙ୍କାନାଳ :- ପାଣିରେ ଭାସୁଛି ବସ୍ତାରେ ବନ୍ଧା ଶବ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କୁଳୁବେଣିଆ କାଟେଣୀ ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି କେନାଲରେ ।

ସକାଳୁ ସକାଳୁ ଗ୍ରାମବାସୀ ମାନେ କେନାଲରେ ଏକ ଅଖାରେ ବନ୍ଧା ଅଜଣା ମୃତଦେହ ଭାସୁଥିବା ଅନୁମାନ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି । (ରିପୋର୍ଟ୍, ଅମର ରଞ୍ଜନ ଦାସ)













