ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ମୋହନା ବ୍ଲକରେ ଶତାଧିକ ଆଦିମ ଜନଜାତିର ଲୋକେ ଏକତ୍ରିତ ହୋଇ ଚନ୍ଦ୍ରଗିରି ଠାରେ ଥିବା ସୌରା ଉନ୍ନୟନ ସଂସ୍ଥା ଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଦୀର୍ଘ ବର୍ଷଧରି ଆଦିମ ଜନଜାତି ଗାଁ ମାନଙ୍କରେ ଓପିଇଏଲପି ନାମକ ଏକ ପ୍ରକଳ୍ପ ମାଧ୍ୟମରେ ଆଦିବାସୀଙ୍କୁ ଅନେକ ସୁବିଧା ଯୋଗାଇ ଦିଆଯାଉଥିଲା l ଫଳରେ ଲୋକେ ଚାଷ କ୍ଷେତ୍ରରେ ହେଉ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ସୁବିଧା ସୁଯୋଗ ପାଇଥିଲେ।କିନ୍ତୁ ବର୍ତ୍ତମାନ ନୂତନ ସରକାର ଆସିବା ପରେ ତାହାକୁ ବନ୍ଦ କରିଦେଇଛନ୍ତି l















