କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) :- କୋରାଇ ବ୍ଳକ ଅନ୍ତର୍ଗତ ଧନେଶ୍ଵର କାଳୀ ପୀଠ କମିଟି ପକ୍ଷରୁ ସୋମବାର ଠାରୁ ପୀଠଦେବୀ ମା’କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଛି । ପ୍ରତ୍ୟେହ ସଂନ୍ଧ୍ୟାରେ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରବିବାର ଉଦଯାପନୀ ଦିବସ ଅବସରରେ ସମ୍ବର୍ଦ୍ଧନା ସଭା ଓ ‘ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥଲା ।

ଅନୁଷ୍ଠିତ ସଭା ସଭାପତି ନିବାରଣ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥୁ ଭାବେ କୋରାଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ କୋରାଇ କାହ୍ନୁଚରଣ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ମୋହନଚରଣ ଖୁଟିଆ, ବ୍ୟଙ୍ଗକବି ବାଇଧର ମାଝୀ, କମ୍ରେଡ ଆଲୋକ କୁମାର ମାହାନ୍ତି ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ମିଶ୍ର, ଅଧ୍ୟାପକ ମଳୟ କୁମାର ମଲ୍ଲିକ, ସମାଜସେବୀ ପ୍ରହଲ୍ଲାଦ ମହାନ୍ତି ଓ ଆଇନିଜୀବୀ ଶୁଭଦର୍ଶି ମଲ୍ଲଙ୍କୁ ଉଲ୍ଲେଖନୀୟ ଅବଦାନ ଲାଗି ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ପ୍ରସନ୍ନ କୁମାର ମହାନ୍ତି ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲା ବେଳେ ରଞ୍ଜନ କୁମାର ପ୍ରତିହାରୀ ସ୍ବାଗତ ଭାଷଣ ଓ ସହସଂପାଦକ ସୁଶାନ୍ତ ମାହାନ୍ତି ଅତିଥୁ ପରିଚୟ ପ୍ରଦାନ କରିଥିଲେ ।

ଅନୁଷ୍ଠିତ ରକ୍ତଦାନ ଶିବିରକୁ ଯାଜପୁରର ଟାଉନ ମେଡିକାଲ ରକ୍ତଭଣ୍ଡାର ଡାକ୍ତର ଡା. ସଂଜୀବ ଦିକ୍ଷିତ, ଏଲଟି ପ୍ରାର୍ଥସାରଥୀ ପୁହାଣ, ମହେଶ୍ଵର ବେହେରା, ହୃଷିକେଶ ଜେନା ଓ ତରୁଣ କୁମାର ନାୟକ ପରିଚାଳନା କରିଥିଲା ବେଳେ ମେଡିକାଲର ୩୩ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

କାର୍ଯ୍ୟକ୍ରମକୁ କୋଷାଧ୍ୟକ୍ଷ ଅମୀୟ ଦାସ, ରାମଚନ୍ଦ୍ର ପଣ୍ଡା, ରବୀନ୍ଦ୍ର ବେହେରା, ଆଲୋକ ପଟ୍ଟନାୟକ, କରୁଣାକର ବାରିକ, ରାଜେନ୍ଦ୍ର ମହାନ୍ତି, ଜଗଦିଶ ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ସମୂହ ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।














