No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବାଙ୍କୀ ବିଜେପି ପକ୍ଷରୁ ବାଙ୍କୀ ବ୍ଳକ ଅନ୍ତର୍ଗତ ବ୍ର୍ହ୍ମପୁରା ଓ କଳାପଥର ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁରା ମଣ୍ଡଳର ପୁଇଁଛା ଶକ୍ତିକେନ୍ଦ୍ର ପଂଚାୟତର ପୁଇଁଚା ଗ୍ରାମର ମହାଦେବଙ୍କ ମନ୍ଦିର ପରିସର ଠାରେ ବ୍ରହ୍ମପୁରା ମଣ୍ଡଳ ସଭାପତି ବିଜୟ ବରାଡଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ
ବାଙ୍କୀ ବିଜେପି ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗଦେଇ ବାଙ୍କୀରେ ବିଜେପିକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ କଳାପଥର ମଣ୍ଡଳ ସଭାପତି ମନୋରଞ୍ଜନ ମହାପାତ୍ର, ବାଙ୍କୀ ବ୍ଲକ ସାଂସଦଙ୍କ ପ୍ରତିନିଧି ଜୟନ୍ତ ବେଉରା,
ଡମପଡ଼ା ବ୍ଲକ ସାଂସଦଙ୍କ ପ୍ରତିନିଧି ସରୋଜ ମତଗଜ ସିଂହ, ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ଦେବାଶିଷ ମାନସିଂହ, ଜଗନ୍ନାଥ ପରିଡା, ବ୍ରହ୍ମପୁରା ମଣ୍ଡଳ ପ୍ରଭାରୀ ସୁଶାନ୍ତ ଭଟ୍ଟ ପ୍ରମୁଖ ଯୋଗଦେଇଥିଲେ । ଏହି ସମ୍ମିଳନୀରେ ୭୨ଗୋଟି ବୁଥ୍ କମିଟିର ବୁଥ୍ ସଭାପତି ଓ ବିଜେପିର ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।

No Result
View All Result