ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବୋଲଗଡ଼ ଶିକ୍ଷା ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୬୦୦ ଜଣ ଛାତ୍ରଛାତ୍ରୀମାନେ ଶିକ୍ଷାଅଧ୍ୟୟନ କରୁଅଛନ୍ତି ! ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ୬୦ବର୍ଷର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ଅଟେ ! ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଜନ କଲ୍ୟାଣ ସଚେତନତା କାର୍ଯ୍ୟକ୍ରମ ସରକାରୀ ବାମନ ହାଇସ୍କୁଲ ପରିସରରେ କରାଯାଉଅଛି ! ଏହି କାର୍ଯ୍ୟକ୍ରମ ଗୁଡିକରେ ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ୨୮ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଉଅଛନ୍ତି !















