ମହିଳା ମାନେ ଏହି ବ୍ରତକୁ ଅତି ନିଷ୍ଠାର ସହିତ ପାଳନ କରିଥାନ୍ତି । ମହିଳା ମାନେ ସନ୍ତାନ ମାନଙ୍କ ସୁସ୍ଥତା ଓ ଦୀର୍ଘ ଆୟୁ କାମନା କରି ପୂଜା ଅର୍ଚ୍ଚନା କରିଥାନ୍ତି ।
କଥାରେ ଅଛି ଶସ୍ୟ ଅମଳ ରେ ନାଗ ଦେବତାଙ୍କୁ ପୂଜା ଅର୍ଚ୍ଚନା କରି ସନ୍ତୁଷ୍ଟ କରିପାରିଲେ ନାଗ ଦଂଶନରୁ ରକ୍ଷା ମିଳେ । ଏହି ବିଶ୍ୱାସରେ ମହିଳା ମାନେ ଏକାଠି ହୋଇ ନିଷ୍ଠାର ସହିତ ହୁଙ୍କା ସମ୍ମୁଖ ରେ ପୂଜା ଅର୍ଚ୍ଚନା କରି ନାଗ ଦେବତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଛି ।

© 2023 Odisha Taza News.