No Result
View All Result
ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) (ନି. ପ୍ର) :- ବିରିଡିବ୍ଲକ ଉକୁନ୍ଦରା ପଞ୍ଚଯାତ ରଘୁନାଥପୁର କାଉପଡା ଗ୍ରାମର ବରିଷ୍ଠ ବିଜେଡି କର୍ମୀ ବିଚିତ୍ରା ନନ୍ଦ ମଲ୍ଲିକ (ଭୂଜିଆ ) ଙ୍କର ହୃଦଘାତରେ ଶୁକ୍ରବାର ମୃତ୍ୟୁ ଘଟିଛି l ଶୁକ୍ରବାର ମଲ୍ଲିକ ଜଗତସିଂହପୁର କୋର୍ଟ କୁ କୌଣସି କାର୍ଯ୍ୟ ପାଇଁ ଯାଇଥିଲେ l ସେଠାରେ ତାଙ୍କର ହୃଦ ଘାତ ହୋଇଥିଲା ତାଙ୍କୁ ଚିକିତ୍ସା ପାଇଁ ଜଗତସିଂହପୁର ଡାକ୍ତର ଖାନା ନିଆଯାଇଥିଲା l
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଫଳରେ ଉକୁନ୍ଦରା ଓ ମଙ୍ଗୁଲି ପଞ୍ଚାୟତ ରେ ଶୋକର ଛାୟା ଖେଳି ଯାଇଛି l ଶବପାଖରେ ସରପଞ୍ଚ ସରୋଜିନୀ ବାରିକ, ସମିତି ସଭ୍ୟା ପ୍ରଜ୍ଞା ପରମିତା ଜେନା, ବରିଷ୍ଠ ବିଜେଡି ନେତା ରବୀନ୍ଦ୍ର କୁମାର ସାହୁ, ତାପସ ଜେନା,
କଲ୍ୟାଣ କୁମାର ବାରିକ, ବିଜୟ ପ୍ରସନ ଦାସ, ମନୋଜ ମଲିକ, ଦିଜବର ପାତ୍ର, କାର୍ତ୍ତିକ ପାତ୍ର, ଓ ତାଙ୍କ ପୁତ୍ର ଝିଅ, ଜ୍ୱାଇଁ, ବହୁ ବିଜେଡି କର୍ମୀ ସ୍ମଶାନ ପାଖକୁ ଯାଇ ଶେଷ ଦର୍ଶନ କରିବା ସହ ପରିବାରକୁ ସାନ୍ତ୍ୱନା ଦେଇଥିଲେ l ମୃତ ମଲ୍ଲିକ ବିଜେଡି ଦଳର ଜଣେ ସକ୍ରିୟ କର୍ମୀ ଭାବେ ଶେଷପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ l

No Result
View All Result