No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲାରେ ଏକ ଦୁଃଖଦ ଘଟଣା ନେଇ ଘଟିଛି. ଏହି ଜିଲ୍ଲାର ଜଣେ ଯୁବ ଚାଷୀ ଚାଷ ଜମିକୁ ଯିବାବେଳେ ଶୁଖିଲା ଗଛ ପଡି ମୃତ୍ୟୁବରଣ କରିଛନ୍ତି. ଘଟଣାଟି ଘଟିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ସ୍ଥିତ ରାମଗିରି ଗ୍ରାମର ପାତ୍ରସାହିର ସ୍ୱର୍ଗତ ବାବୁଲା ପାଇକଙ୍କ ପୁଅ ସୁମନ ପାଇକ ଓରଫ କାଳିଆ (୧୯). ଗତକାଲି ୫ ଜଣ ସାଙ୍ଗ ହୋଇ ବାଟମଙ୍ଗଳା ନିକଟରେ ଥିବା ଚାଷ ଜମିକୁ ଯାଉଥିଲେ. ସେହି ସମୟରେ ମନ୍ଦିର ଛକ ରାସ୍ତା ପାର୍ଶ୍ବରେ ଥିବା ବିରାଟ ଶୁଖୁଲା ଆମ୍ବ ଗଛର ବଡ଼ ଡାଳ ସେମାନଙ୍କ ଉପରେ ଭାଙ୍ଗି ପଡ଼ିଥିଲା I
ସୁମନର ମୁଣ୍ଡରେ ଗଭୀର ଆଘାତ ସହ ପ୍ରଚୁର ରକ୍ତସ୍ରାବ ହେଉଥିବାବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ। ସଂକଟାପନ୍ନ ଅବସ୍ଥାରେ ଥିବା ସୁମନକୁ ସଙ୍ଗେ ସଙ୍ଗେ ସାଙ୍ଗମାନେ ବାଇକ୍ରେ ବସାଇ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ I ଡାକ୍ତର ତାପସ ରଞ୍ଜନ ପଣ୍ଡା ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଥିଲେ l
ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପୂର୍ବରୁ ସୁମନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ପିଲାଟି ଦିନରୁ ସୁମନ ବାପାକୁ ହରାଇଥିବା ବେଳେ ମା’ ଅନ୍ୟତ୍ର ବିବାହ କରି ଚାଲିଯିବାରୁ ମାଉସୀ ପାଖରେ ରହୁଥିଲା. ଦିନମଜୁରିଆ ଓ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଚଳାଇବା କଷ୍ଟସାଧ୍ୟ ହେଲେ ମଧ୍ୟ ସୁମନ ବହୁ ପରିଶ୍ରମ କରି ପରିବାର ଚଳାଉ ଥିଲା. ଶୁଖିଲା ଗଛର କାଠ ଗଣ୍ଡି ପଡି ଯୁବ ଚାଷୀଙ୍କ ସୁମନର ଏଭଳି ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

No Result
View All Result