No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସୋସିଆଲ ମିଡିଆରେ ଧର୍ମାନ୍ତରିକରଣ ଓ ହିନ୍ଦୁ ଦେବାଦେବୀଙ୍କୁ କଟାକ୍ଷ କରିବା ଯୋଗୁଁ ଗଜପତି ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି. ଏନେଇ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ରାୟଗଡ଼ ଥାନାରେ ଣ୍ଡଳସାହି କେନ୍ଦ୍ର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି ।
ଅଭିଯୁକ୍ତଙ୍କ ଗିରଫ ଦାବିରେ ବିକ୍ଷୋଭ କରାଯାଇଥିଲା । ଏନେଇ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ରାମଗିରି ଥାନା ଆର. ଭାଲିଆସାହି ଗ୍ରାମର ରଘୁ ରଇତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ କମଳା ଚୌଧୁରୀ କହିଛନ୍ତି । ଥାନା ସୂତ୍ରରୁ ପ୍ରକାଶ, ଗତ କିଛି ଦିନ ଧରି ଡମ୍ବାଳ ଗ୍ରାମ ଶ୍ୱଶୁର ଘରେ କିଛି ଦିନ ହେଲା ରଘୁନାଥ ରହୁଥିଲେ ।
ହିନ୍ଦୁ ଧର୍ମର ଦେବାଦେବୀଙ୍କୁ କଟାକ୍ଷ କରିବା ସହିତ ସମ୍ପୃକ୍ତ ଧର୍ମର ସମର୍ଥକଙ୍କୁ ଧର୍ମାନ୍ତରଣ ପାଇଁ ପରୋକ୍ଷରେ ପ୍ରବାର୍ତ୍ତାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଭାଇରାଲ୍ କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ମଣ୍ଡଳସାହି କେନ୍ଦ୍ର ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ରାୟଗଡ ଥାନାରେ ମଙ୍ଗଳବାର ଅଭିଯୋଗ ହୋଇଥିଲା । ପୁଲିସ ମଙ୍ଗଳବାର ରାତିରେ ଆର. ଭାଲିଆସାହି ଗ୍ରାମରୁ ରଘୁଙ୍କୁ ଗିରଫ କରିଥିଲେ. l

No Result
View All Result