ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କୁ ରାଜ୍ୟ ବିଜେପି ପକ୍ଷରୁ ମିଳିଛି ବଡ଼ ଦାୟିତ୍ଵ । ରାଜ୍ୟ ବିଜେପିରେ ମନମୋହନ ସାମଲ ଦ୍ଵିତୀୟ ବାର ରାଜ୍ୟ ସଭାପତି ହେବା ପରେ ତାଙ୍କ ନୂତନ ଟିମ୍ ଘୋଷଣା କରାଯାଇଛି । ଏଥିରେ ଅବିଭକ୍ତ ଗଂଜାମ ଜିଲ୍ଲାରୁ ଜଣେ ମାତ୍ର ନେତା ଭାବେ ଗଜପତି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କୁ ଉପ ସଭାପତି ଭାବେ ଚୟନ କରାଯାଇଅଛି ।















