ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ବ୍ଲକ ଅନ୍ତର୍ଗତ ସଠିଆ ପଲ୍ଲୀ ଗ୍ରାମରେ ଆନନ୍ଦ ଉଦ୍ଦୀପନା ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଶ୍ୟାମାକାଳୀ ପୂଜା ଗୁରବାର ଉଦଯାପିତ ହୋଇ ଯାଇଛି |ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ସାମ୍ବାଦିକ ରଜତ ପଟ୍ଟନାୟକ, ସମାଜସେବୀ ରୋଟାରୀଆନ ପୂର୍ଣ୍ଣଚନ୍ଦ୍ର ସାହୁ,ସହକାରୀ ଶିକ୍ଷୟତ୍ରୀ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ମାତୃପୂଜା ତଥା ପୂଜ୍ୟପୂଜା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ |















