କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ଜିଲ୍ଲା, ନିଆଳି ବ୍ଲକ ଅନ୍ତର୍ଗତ ହରିସପୁର ଠାରେ ଅବସ୍ଥିତ ରାଧାକାନ୍ତ ଗ୍ରୁଫ ଅଫ୍ ଶିକ୍ଷାନୁଷ୍ଠାନର ୨୦୨୫-୨୬ ଶିକ୍ଷା ବର୍ଷରେ ନୂତନ ଭାବେ ଯୋଗଦାନ କରିଥିବା ଏଏନଏମ, ଜିଏନଏମ, ବି ଏସି ନର୍ସିଂ ଓ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଗୋଲାପ ଫୁଲ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ଷଡ଼ଙ୍ଗୀ, ଯୋଗ ଦେଇ ଏହାକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ,।

ଏହି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ଚେୟାରମେନ ଶ୍ରୀଯୁକ୍ତ ଅରୁଣ କୁମାର ରାଉତରାୟ, ନିର୍ଦ୍ଦେଶିକା ଶ୍ରୀମତୀ ଆରତୀ ମହାନ୍ତି ପ୍ରମୁଖ ଯୋଗ ଦେଇ ଅଧ୍ୟୟନରତ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସେବା ମନୋବୃତି ନେଇ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଶିକ୍ଷକ ସ୍ମୃତିରଞ୍ଜନ ବେହେରା,

ସୁଦର୍ଶନ ଦେହୁରୀ, ଗଣେଶ ନାୟକ, ସରୋଜକାନ୍ତ ମହାପାତ୍ର ଏବଂ ଶିକ୍ଷୟିତ୍ରୀ ନନ୍ଦିନୀ ମହାରଣା, ଅଫିସ କର୍ମଚାରି ପୁଷ୍ପା ଭୋଇଙ୍କ ସମେତ ବହୁ କର୍ମକର୍ତା, ବରିଷ୍ଠ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ନବାଗତମାନଙ୍କର ଉଜ୍ୟୋଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ପିଲାମାନଙ୍କ ଦ୍ଵାରା ଚିତ୍ତାକର୍ଷକ ନାଚ,ଗୀତ, ଏବଂ ବିଭିନ୍ନ ଅଭିନୟର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।














