No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଅପରେସନ ଚକ୍ର ଅଭିଯାନରେ ୩ ଜଣ କୁଖ୍ୟାତ ପେଷାଦାର ଅପରାଧିଙ୍କୁ ଟାଉନଥାନା ପୋଲିସ ଗିରଫ କରିଛି । ନିୟମିତ ଭାବରେ ମାଦକ ଦ୍ରବ୍ୟ ସେବନ କରି କଟୁରୀ ଏବଂ ଛୁରୀ ଦେଖାଇ ଉଠା ଦୋକାନୀ ଓ ଠେଲା ଦୋକାନୀଙ୍କୁ ଭୟଭୀତ କରାଇ ସୋମାନଙ୍କଠାରୁ ଦାଦାବଟି ଆଦାୟ କରିବା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରି ସଙ୍ଗିନ୍ ଅଭିଯୋଗ ରହିଛି ସୋମାନଙ୍କ ନାମରେ । ଭୟରେ କେହି କିଛି ପ୍ରତିବାଦ କରନ୍ତି ନାହିଁ କି ଅଭିଯୋଗ ଦିଅନ୍ତି ନାହିଁ ।
ମଙ୍ଗଳବାର ବିଳମ୍ବିତ ରାତିରେ ଏବଂ ବୁଧବାର ଦିନ ସମୟରେ ଏହିପରି ଦୁଇଟି ପୃଥକ ଘଟଣାରେ ଟାଉନଥାନା ପୋଲିସ ନିଜ ତରଫରୁ ଦୁଇଟି ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଧାରୁଆ କଟୁରୀ, ଛୁରୀ, ମୋବାଇଲ ଫୋନ୍ ଏବଂ ବେଆଇନ ଟଙ୍କା ଜବତ କରାଯାଇଛି । ସେମାନଙ୍କୁ ମାନ୍ୟବର ଏସଡ଼ିଜେଏମ୍, ପୁରୀ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମାଞ୍ଜୁର ହେବାରୁ ସମସ୍ତ ଅପରାଧିଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ସମସ୍ତ ଅପରାଧୀଙ୍କ ନାମରେ ପୂର୍ବରୁ ଆକ୍ରମଣ, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି ।
ଟାଉନ ଥାନା କେସ ନମ୍ବର – ୫୫୭/୨୦୨୫, ଦଫା-୩୦୮(୪)/୩୦୮(୫)/୩୦୮(୬)/୧୦୯(୧)/୧୩୨/୬୧(୨)/୧୧୧(୨)(ଖ)/୧୧୧(୪)/୩୫୧(୩)/୩(୫) ଭାରତୀୟ ନ୍ୟାୟ ସଂହିତା ଏବଂ ୫୫୮/୨୦୨୫, ଦଫା-୩୦୮(୪)/୩୦୮(୫)/୩୦୮(୬)/୧୩୨/୧୦୯(୧)/୩୫୧(୩) ଭାରତୀୟ ନ୍ୟାୟ ସଂହିତା ଅପରାଧୀ ମାନେ ହେଲେ ପୁରୀ ମାର୍କେଟ ଛକର ବଳିଆ ଓରଫ ବଳରାମ ସେନାପତି (୨୪), ପୁରୀ ବାସେଳି ସାହି ମୁଦୁଲି ଜାଗାର ସନ୍ତୁ ଓରଫ ସନ୍ତୁଷ୍ ପଣ୍ଡା (୨୦), ପୁରୀ ମାର୍କଣ୍ଡେଶ୍ୱର ସାହି ନୂଆପାଟଣା ଲେନର ସଞ୍ଚୟ ରାଉତ (୨୧), ସେମାନଙ୍କ ଠାରୁ ଜବତ ସାମଗ୍ରୀ ହୋଇଥିବା ଲୁହା କଟୁରୀ – ୧ ଟା,ଷ୍ଟିଲ ଛୁରୀ – ୧ ଟା, ମୋବାଇଲ୍ ଫୋନ୍ ୧ ଟା ଓ ୪୯୦ ନଗଦ ଟଙ୍କା ଜବତ କରାଯାଇଛି ।

No Result
View All Result