ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବୁଧବାର ସକାଳେ ଶ୍ରୀମନ୍ଦିର ଦର୍ଶନ ନିମନ୍ତେ ଗଞ୍ଜାମ ଜିଲ୍ଲାର ଭକ୍ତ ସିଲି ସ୍ୱାଇଁ ଓ ତାଙ୍କ ପରିବାର ଆସିଥିଲେ । ଦର୍ଶନ ସମୟରେ ତାଙ୍କ ଭ୍ୟାନିଟି ବ୍ୟାଗ ଅସାବଧାନତାବଶତଃ ମନ୍ଦିର ପରିସରରେ ଛାଡ଼ିଯାଇଥିଲେ । ବ୍ୟାଗ ହଜାଇ ଦେଇଥିବା ବିଷୟରେ ସେ ପୋଲିସ କଣ୍ଟ୍ରୋଲ ରୁମକୁ ଜଣାଇଥିଲେ ।

ତତକ୍ଷଣାତ୍ କଣ୍ଟ୍ରୋଲ ରୁମରୁ ସମସ୍ତ ଡ୍ୟୁଟିରେ ଥିବା ପୋଲିସଙ୍କୁ ସୂଚନା କରାଯାଇଥିଲା । ପୋଲିସଙ୍କ ସଚେତନ ଓ ତ୍ୱରିତ ପଦକ୍ଷେପରେ ସେହି ବ୍ୟାଗ ମନ୍ଦିର ପରିସରରୁ ଉଦ୍ଧାର ହୋଇଥିଲା । ସେହି ବ୍ୟାଗରେ ୨୨,୦୦୦ ଟଙ୍କା ସହିତ ଅନ୍ୟାନ୍ୟ ଜରୁରୀ ଦଳିଲ ଓ ବ୍ୟକ୍ତିଗତ ସାମଗ୍ରୀ । ସମସ୍ତ ସାମଗ୍ରୀ ଭକ୍ତଙ୍କୁ ସୁରକ୍ଷିତ ଭାବେ ଫେରାଇ ଦିଆଯାଇଛି ।














