ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ଜିଲ୍ଲାରେ ୧୮ ଅକ୍ଟୋବର ରୁ ୧୭ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସାଇବର ସଚେତନତା ମାସ ଅବସରରେ ପୁରୀ ର ବିଭିନ୍ନ ପୁଲିସ ଥାନା ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ବୁଧବାର ବ୍ରହ୍ମଗିରି ଥାନା ଏବଂ ଅରଖକୁଦା ସାମୁଦ୍ରିକ ଥାନା ଅଞ୍ଚଳରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।
ବ୍ରହ୍ମଗିରି ଥାନା ଅଧୀନ ଅଲାରନାଥ ଦେବ ମହାବିଦ୍ୟାଳୟରେ ବ୍ରହ୍ମଗିରି ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ୨୦୦ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ ବିଷୟରେ ସୂଚନା ଓ ସଚେତନତା କରାଯାଇଥିଲା। ସାଇବର ରଥ ବ୍ରହ୍ମଗିରି ଅଞ୍ଚଳରେ ଗାଁ କୁ ଗାଁ ବୁଲି ଲୋକମାନଙ୍କ ମଧ୍ୟରେ ସଚେତନତା ପ୍ରସାର କରୁଛି । ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଥିବା ଅରଖକୁଦା ସ୍କୁଲରେ ମଧ୍ୟ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା ।















