ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ସୋମବାର ) କୋରାଇ :- ରବିବାର ଦିନ ବରିଷ୍ଠ ଚଳଚିତ୍ର ତାରକା ଅଜିତ ଦାସଙ୍କ ପରଲୋକ ହୋଇଯାଇଥିଲ ବେଳେ ଆଜି ବରିଷ୍ଠ ଶିଶୁ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନଦିଆ ବିହାରୀ ମହାନ୍ତିଙ୍କର ୯୦ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ମହାନ୍ତି ଦୀର୍ଘ କାଳଧରି ଆକାଶବାଣୀ କଟକରୁ ଶିଶୁ ସଂଚାର କାର୍ଯ୍ୟକ୍ରମ ପରଚାଳନା କରିଥିଲା ବେଳେ ସେ ବଡଭାଇ ନାମରେ ସୁକ୍ଷାତି ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ଶିଶୁ ସାହିତ୍ୟ ଜଗରତରେ ଅପୁରଣୀୟ କ୍ଷତି ଘଟିଲା ବୋଲି ବରିଷ୍ଠ ଶିଶୁ ସାହିତ୍ୟିକ ତଥା କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସଭାପତି ନନ୍ଦକିଶୋର ସିଂହ ଶୋକବ୍ୟକ୍ତ କରି କହିଛନ୍ତି । ଏହି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକରେ କୋରାଇ ମଣ୍ଡଳ ସାହିତ୍ୟ ସଂସଦ ଗଭୀର ଶୋକପ୍ରକାଶ କରିଛି ।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ଶିବଚରଣ ମାଝି, ଉପସଭାପତି ବିନୋଦବିହାରୀ ସାହୁ, ଆଇନିଜୀବୀ ମମତାଜ ଅଲ୍ଲୀ, ସଂସଦର ସାଧାରଣ ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟୁିଆ, କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧି ନାୟକ, ସହସଂପାଦକ ଅଧ୍ୟାପକ ମଳୟକୁମାର ମଲ୍ଲିକ, ଅକ୍ଷୟକୁମାର ବାରିକ ଓ ଅଶୋକକୁମାର ପାତି, ସାଂସ୍କୃତିକ ସଂପାଦକ ବାଇଧର ମାଝି, ସଂଗଠନ ସଂପାଦକ ଭୁବନମୋହନ ମହାନ୍ତି, ବ୍ରଜେଶ୍ୱରୀ ସିଂହ, ପ୍ରଦୀପକୁମାର ଦାସ, ମହମ୍ମଦ ନସିମୁଲ ଗନି, କାର୍ତିକଚନ୍ଦ୍ର ଦ୍ୱିବେଦୀ, କୋଷଧ୍ୟକ୍ଷ ନବଘପ ସ୍ୱାଇଁ, ମୁଖପତ୍ର ‘କସ୍ତୁରୀ’ସଂପାଦକ ପ୍ରାଧ୍ୟାପକ ଅକ୍ଷୟକୁମାର ମହାନ୍ତି, ଡକ୍ଟର ମୋହନଚରଣ ଖୁଂଟିଆ ପ୍ରମୁଖ କର୍ମକର୍ତା ଓ ସଦସ୍ୟଗଣ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । (ରିପୋର୍ଟ – ରଶ୍ମିରେଖା ମଲ୍ଲିକ)