ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଫୁଲବାଣୀ ପକ୍ସୋ କୋର୍ଟରେ ହାଜର କରିଥିବା ଜଣାପଡିଛି । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଥିବା ବିଷୟ ତଦନ୍ତକାରୀ ଅଧିକାରୀ ଜୟନ୍ତ କୁମାର ସେଠି ପ୍ରକାଶ କରିଛନ୍ତି । ତାଙ୍କ ନାମରେ ଦାରିଙ୍ଗବାଡି ଥାନାରେ ପକ୍ସୋ ମାମଲା (୨୧୫ /୨୫ )ରୁଜୁ ହୋଇଛି ।















