ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପୋଲିସ ପକ୍ଷରୁ ଥାନା ଅଧିକାରୀ ଡି. ଗଜପତି ଦୋରାଙ୍କ ନେତୃତ୍ବରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏଥିରେ ସ୍ଥାନୀୟ ଜନପ୍ରତିନିଧି ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l ଦୈନନ୍ଦିନ ଜୀବନରେ ଏବେ ସମସ୍ତେ ଡିଜିଟାଲ୍ ବ୍ୟବସ୍ଥା ଉପରେ ନିର୍ଭରଶୀଳ ହୋଇଥିବା ବେଳେ ବ୍ୟବହାରକାରୀଙ୍କୁ ସାଇବର ଅପରାଧ , ଅନ୍ଲାଇନ ଠକେଇ ଭଳି ଅପରାଧରୁ କିଭଳି ସୁରକ୍ଷିତ ରହିବେ ସେ ନେଇ ଏ ଏସ ଆଇ କେ. ଶଙ୍କର ପ୍ରଥମେ ଆୟୋଜିତ କାର୍ଯ୍ୟକ୍ରମ ରେ ସଚେତନ କରାଇଥିଲେ l

ସରକାର ଏବେ ସାଇବର ପୁଲିସଙ୍କୁ ଶକ୍ତିଶାଳୀ କରିବା , ସଚେତନତା ବୃଦ୍ଧି କରିବା ଓ ସୁରକ୍ଷିତ ଡିଜିଟାଲ ପରିବେଶ ଗଠନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ଆଲୋଚନା ହୋଇଥିଲା ଇଣ୍ଟରନେଟ୍ ଜରିଆରେ ଝିଅମାନଙ୍କୁ ବ୍ଲାକମେଲ୍ କରୁଥିବା ଓ ମାନସିକ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ପୋଲିସକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଥିବା ମଧ୍ୟ କୁହାଯାଇଥିଲା ।















