No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସମୁଦ୍ରକୂଳ ଥାନା ଅନ୍ତର୍ଗତ ଅର୍ବାନହାଟ ଠାରେ କାରରେ ଦେଶୀମଦ ରଖିଥିବା ଖବର ପାଇ ପୋଲିସ ଜଗତ କରିଥିଲା । ଏ ସମ୍ପର୍କରେ ପୋଲିସ ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟ ନଗରରେ ରହୁଥିବା ପ୍ରଦୀପ ବେହେରା ( ୨୭)ଙ୍କୁ ଗିରଫ କରାଯାଇଛି ଏ ସମ୍ପର୍କରେ ସମୁଦ୍ରକୂଳ ଥାନାରେ ୩୦୭/୨୫ରେ ମାମଲା ରୁଜୁ କରାଯାଇଛି ।
ଅଭିଯୁକ୍ତ ପ୍ରଦୀପ ଓଡି୦୫ ଏଏଚ ୪୨୩୬ କାରରେ ବଳିଆପଣ୍ଡାରୁ ପେଣ୍ଠକଟା ଛକ ପର୍ଯ୍ୟନ୍ତ ଦେଶୀମଦ ନେଇ ଯାଉଥିବା ବେଳେ ପୋଲିସ ତାର ପିଛା କରିଥିଲା । ପରେ ଅର୍ବାନହାଟ ଠାରେ ପୋଲିସ କାରକୁ ଧରିଥିଲା । ସେହି କାରରେ ୬୮ ଲିଟର ଦେଶୀମଦକୁ ପୋଲିସ ଜଗତ କରିଛି । ଅଭିଯୁକ୍ତ ପ୍ରଦୀପକୁ ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି ।

No Result
View All Result