No Result
View All Result
ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବୋଲଗଡ ଥାନା ଅନ୍ତର୍ଗତ ବୋଲଗଡ ପ୍ରଧାନ ସାହିର ବୁଦ୍ଧିରାମ ଦାସ (୬୪)ଙ୍କ ଆଲୋକର ପର୍ବ ପବିତ୍ର ଦୀପାବଳୀ ଉତ୍ସବରେ ନିଜ ଘରକୁ ରଙ୍ଗ ବେରଙ୍ଗର ଆଲୋକରେ ସଜ୍ଜିତ କରୁଥିବା ବେଳେ କୋୖଣସି କାରଣ ବଶତଃ ତାଙ୍କ ଶରୀରରେ ବିଦ୍ୟୁତ ସଂଯୋଗ ହୋଇଯିବାରୁ ବର୍ଷା ପାଗ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଅଛି l ସେ ଜଣେ ସମବାୟବିତ, ସମାଜ ସେବୀ, ପରୋପକାରୀ, କଳାକାର, ବନ୍ଧୁ ବତ୍ସଳ ଓ ମିଷ୍ଠଭାସି ବୃଦ୍ଧ ଥିଲେ l
ତାଙ୍କ ଶରୀରରେ ବିଦ୍ୟୁତ ଆଘାତ ଲାଗିବାରୁ ଆଶୁ ଚିକିତ୍ସା ନିମନ୍ତେ ପରିବାର ବର୍ଗ ଓ ଗ୍ରାମବାସୀମାନେ ମିଳିତ ଭାବେ ସଙ୍ଗେ ସଙ୍ଗେ ବୋଲଗଡ ସରକାରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ l ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିଥିଲେ l ତାଙ୍କ ମର ଶରୀରକୁ ଶବ ବ୍ୟବଛେଦ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ସରକାରୀ ଗୋପବନ୍ଧୁ ଚିକିତ୍ସାଳୟକୁପଠା ଯାଇଥିଲା l
ତାଙ୍କ ବିୟୋଗ ଯୋଗୁଁ ବୋଲଗଡ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଅଛି l ସ୍ବର୍ଗତ ଶ୍ରୀ ଦାସଙ୍କର ୩ ଝିଅ, ୧ପୁଅ ଓ ଧର୍ମ ପତ୍ନୀ ଅଛନ୍ତି l ଏକ ଶୋକାକୁଳ ପରିବେଶ ମଧ୍ୟରେ ସ୍ବର୍ଗତ ଶ୍ରୀ ଦାସଙ୍କ ମରଶରୀରକୁ ପରିବାର ବର୍ଗ, ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀମାନେ ମିଳିତ ଭାବେ ବୋଲଗଡ ବ୍ଲକ ଅଞ୍ଚଳ ପରିକ୍ରମା କରାଇ ପୁରୀ ସ୍ଥିତ ସ୍ୱର୍ଗଦ୍ୱାର ଠାରେ ଶବଦାହ କରାଯାଇଥିଲା l ତାଙ୍କର ବଡ଼ ପୁଅ ଜୁଗୁନି ବାପାଙ୍କ ଅନ୍ତିମ ଶଯ୍ୟାରେ ମୁଖାଗ୍ନି ଦେଇଥିଲେ l

No Result
View All Result