ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ଆର ଉଦୟଗିରୀ ବ୍ଲକ ଅନ୍ତର୍ଗତ ସୁବଲଡା ଗ୍ରାମ ଠାରେ ଜଷ୍ଟିସ କର୍ଣ୍ଣର ପକ୍ଷରୁ ବାଲ୍ୟ ବିବାହ ଅଧିନିୟମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ତରଫରୁ ବାଲ୍ୟ ବିବାହ ନିଷେଧ ଅଧିନିୟମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜଷ୍ଟିସ କର୍ଣର ସମ୍ପାଦକ ଶ୍ରୀ ଜଗନ୍ନାଥ ଚୌଧୁରୀ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ସମସ୍ତ ଆଇନ ଉପରେ ଆଲୋକପାତ କରିଥିଲେ ଏବଂ ତତ୍ ସହିତ ଗ୍ରାମର ୱାର୍ଡ ମେମ୍ବର ତଥା ସମାଜସେବୀ ଶ୍ରୀ କମଳ ଲୋଚନ ରଇତ କିଶୋର କିଶୋରୀ ମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟର ଅଭିବୃଦ୍ଧି କୁ ନେଇ ପିତାମାତା କିପରି ଯତ୍ନଶୀଳ ହେବେ ତାହା ଉପରେ ଆଲୋଚନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ କୁମାରୀ ଭୂୟାଁ ମଧ୍ୟ କିଶୋରୀ ମାନେ କିପରି ନିଜ ସଂସ୍କାର ଓ ସଂସ୍କୃତି ପାଇଁ ଯତ୍ନଶୀଳ ହେବେ ଓ ବାଲ୍ୟ ବିବାହ ଠାରୁ ଦୁରେଇ ରହିବା ସହ ତାର ବିରୋଧ କରିବେ ତା ଉପରେ ଆଲୋଚନା କରିଥିଲେ।















